ବ୍ରିସବେନ: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ ଭାରତ ଚମକ୍ରାର ପ୍ରଦର୍ଶନ କରି ସିରିଜକୁ ଜିତିପାରିଛି । ତେବେ ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ୨-୧ ରେ ଭାରତ ସିରିଜ ଜତିଛି। ପନ୍ତଙ୍କ ୧୩୮ ବଲରେ ୯ ଚୌକା ଓ ୧ ଛକା ସହ ଅପରାଜିତ ୮୯ ରନ୍ର ଇନିଂସ୍, ଗିଲ୍ ୧୪୬ ବଲରେ ୯୧ ଓ ପୂଜାରାଙ୍କ ୫୬ ରନର ଉପଯୋଗୀ ଇନିଂସ୍ ବଳରେ ଭାରତ ମ୍ୟାଚକୁ ୩ ୱିକେଟରେ ଜିତି ନେଇଛି। ୪ର୍ଥ ଦିନରେ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୯୪ ରନ୍କରି ଅଲ୍ଆଉଟ ହୋଇଥିଲା। ଫଳରେ ଭାରତକୁ ୨ୟ ଇନିଂସରେ ୩୨୮ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା। ଭାରତର ଓପନର ଶୁବମାନ ଗିଲ ଓ ଚେତେଶ୍ବର ପୂଜାରା ଗୁରୁତ୍ବ ପୂର୍ଣ୍ଣ ଇଂନିସ ଭାରତକୁ ବିଜୟ ଆଡକୁ ନେଇଥିଲା। ପରେ ଗିଲ ୯୧ କରି ଆଉଟ ହୋଇଥିଲେ। କ୍ୟାପଟେନ ଆଜିଙ୍କ୍ୟା ରାହାଣେ ୨୪ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ଚେତେଶ୍ବର ପୂଜାରା ଧୈର୍ୟ୍ୟ ପୂର୍ଣ୍ଣ ଇଂନିସ ଖେଳି ୫୬ ରନ କରି ଆଉଟ ହୋଇଥିଲେ। ପରେ ମୟଙ୍କ ଅଗ୍ରଓ୍ବାଲ ୯ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ପନ୍ତ ଆଉ ଏକ ଗୁରୁତ୍ବ ପୂର୍ଣ୍ଣ ଇଂନିସ ଖେଳି ୮୯ରନ କରି ନଟ ଆଉଟ୍ ରହି ଭାରତକୁ ବିଜୟ କରାଇଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0