ଭୁବନେଶ୍ୱର : ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ଏକ ଫୁଟ ଓଭର ବ୍ରିଜ। ୧୬ ନମ୍ବର ଜାତୀୟ ରାଜପଥରେ ସହିଦନଗର-ସତସଙ୍ଗ ବିହାର ମଧ୍ୟରେ ତିଆରି ହେବ ଏହି ଫୁଟ ଓଭର ବ୍ରିଜ। ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଚିଠି ଆସିଛି। ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ଆସିଛି ଏହି ଚିଠି। ସତସଙ୍ଗ ବିହାରର ଶ୍ୟାମା ପ୍ରସାଦ ମୂଖାର୍ଜୀ ପାର୍କ ନିକଟରେ ଏହି ଫୁଟ ଓଭର ବ୍ରିଜ ନିର୍ମାଣ ହେବ। ଏହାର ଲମ୍ବ ୧୩୦୦ ମିଟର ହେବ। ଏଥିପାଇଁ ପ୍ରଥମ ପର୍ୟ୍ୟାୟରେ ୧କୋଟି ୨୫ ଲକ୍ଷ ଟଙ୍କା ଅନୁମୋଦନ ହୋଇଛି। ଏହା ସହିତ ଭୁବନେଶ୍ୱର ସ୍ଥିତ ଏନଏଚଏଆଇର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଏହି ଫୁଟ ଓଭର ବ୍ରିଜର ସବିଶେଷ ବ୍ୟୟ ଅଟକଳ ସହିତ ଡିଜାଇନ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୀର୍ଘ ଦିନରୁ ଉଭୟ ସହିଦ ନଗର ଓ ଭିଏସଏସ ନଗର ବାସିନ୍ଦାଙ୍କ ପକ୍ଷରୁ ଏକ ଫୁଟ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ହୋଇଆସୁଥିଲା। ଏବେ ଓଭର ବ୍ରିଜ ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘଦିନର ସମସ୍ୟାର ସମାଧାନ ହେବା ନେଇ ଆଶା କରାଯାଉଛି।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0