ରାଜକନିକା: ଦୀର୍ଘ ଆଠଦିନ ଧରି ଚାଲିଥିବା ରାଜକନିକା ବରୁଣାଡିହା ଲକ୍ଷ୍ମୀ ବରାହ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚ କୋଡିଏ ଓଭର ଲେଖା ହୋଇଥିଲା। ଏହି ମ୍ୟାଚରେ ପାରି ନୂଆପଡା ବହୁରୂପା କ୍ରିକେଟ ଟିମ ଯାଜପୁରର ଇଲେଭେନ ଷ୍ଟାରକୁ ଭେଟିଥିଲା । ତେଣେ ୧୮ଓଭର ୪ଟି ବଳରେ ସମସ୍ତ ଉଇକେଟ ହରାଇ ବହୁରୂପା ଟିମ ୧୨୭ରନ କରିଥିବା ବେଳେ ଇଲେଭେନ ଷ୍ଟାର ଯାଜପୁର ୧୯ଓଭର ୧ଟି ବଳରେ ୬ଉଇକେଟ ହରାଇ ୧୩୧ ର ନ କରି ବିଜୟ ଲାଭ କରିଛି।ତେବେ ଖେଳରେ ମନୋରଞ୍ଜନ କରିବା ଲାଗି ଚିଅର ଗାର୍ଲ ମାନଙ୍କ ନୃତ୍ୟ ପରିବେଷଣ କରାଯିବା ସହିତ ପୂର୍ବତନ ବିଧାୟକ ଦଳ ଗୋବିନ୍ଦ ନାୟକ,ଦେବେନ୍ଦ୍ର ଶର୍ମା,ସମାଜ ସେବୀ କୃଷ୍ଣ ଚନ୍ଦ୍ର ପଣ୍ଡା, ଅବସରପ୍ରାପ୍ତ ସୈନିକ ଦୁର୍ୟ୍ୟଧନ ମହାନ୍ତି,ସମାଜସେବୀ କପିଳେନ୍ଦ୍ର ମଲ୍ଲିକ ଙ୍କ ସହିତ ମୁଖ୍ୟ ଅତିଥି ଭାବରେ କନିକା ରାଜା ସାହେବ ଶିବେନ୍ଦ୍ର ନାରାୟଣ ଭଞ୍ଜଦେଓ ଯୋଗଦେଇ। ଉଇନର ଟିମକୁ ଟ୍ରଫି ପ୍ରଦାନ କରିବା ସହିତ କ୍ରିକେଟ ଖେଳ ଏକ ବନ୍ଧୁତ୍ୱ ପୁର୍ଣ୍ଣ ଖେଳ ଓ ଗ୍ରାମାଞ୍ଚଳରେ ଏହି ଯୁବ ପ୍ରତିଭା ମାନଙ୍କୁ ସରକାର ପୋତ୍ସାହନ ଯୋଗାଇବା ଆବଶ୍ୟକ ବୋଲି କହିଥିଲେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0