ପୁରୀ: ହାଡ଼ଭଙ୍ଗା ଶୀତରେ ନିଜ ହକ୍ ପାଇଁ ତହସିଲ ଆଗରେ ମହିଳାଙ୍କ ଅନଶନ । ପୁରୀ ଡ଼େଲାଙ୍ଗ ବ୍ଲକ ଅଧିନ ମାଛଗଡ଼ ଗ୍ରାମର ସ୍ୱର୍ଗତ ପୁଣ୍ଣଚନ୍ଦ୍ର ପ୍ରଧାନଙ୍କ ପତ୍ନି ବିଜୟଲକ୍ଷ୍ମୀ ପ୍ରଧାନ ଏହି ଅନଶନରେ ବସିଛନ୍ତି । ସେ ଅଭିଯୋଗ ଆଣିଛନ୍ତିି ଯେ , ଫନି ବତ୍ୟାରେ ତାଙ୍କର ମାଟିଘର ଭାଙ୍ଗି ଯାଇଛି । କିନ୍ତୁ ସଠିକ ଭାବରେ ତଦନ୍ତ ନକରି ତାଙ୍କୁ ସରକାରୀ ସହାୟତା ପ୍ରଦାନରୁ ବଞ୍ଚିତ କରାଯାଇଛି । ସେପଟେ ସହାୟତା ସିରିଏଲ ଲିଷ୍ଟରେ ୧୮୩ ଅଛି । ସେ ଗତ ୮ ଜାନୁୟାରୀ ରେ ଏକ ଦରଖାସ୍ତ ପୁରୀ ଜିଲ୍ଲପାଳ. ଉପଜିଲ୍ଲପାଳ, ତହସିଲଦାର ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଥିଲେ । ମାତ୍ର କୌଣସି ସୁଫଳ ମିଳିପାରି ନାହିଁ । କୌଣସି ସୁଫଳ ନମିଳିବାରୁ ବାଧ୍ୟ ସେ ଡ଼େଲାଙ୍ଗ ତହସିଲ ଆଗରେ ଅନଶନରେ ବସିଛନ୍ତି । ସହାୟତା ନମିଳିବା ଯାଏଁ ଅନଶନ ଜାରି ରଖିବେ ବୋଲି ଶ୍ରୀମତି ପ୍ରଧାନ ଚେତାବନୀ ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0