ନୂଆଦିଲ୍ଲୀ: ଅରୁଣାଞ୍ଚଳ ପ୍ରଦେଶର ବିବାଦୀୟ ସ୍ଥାନ ମାନଙ୍କରେ ଗାଁ ବସାଇଛି ଚୀନ । ତେବେ ଏହି ଗାଁ ଅରୁଣାଞ୍ଚଳ ପ୍ରଦେଶର ସାରିଚୁ ନଦୀ ନିକଟ ଉପରେ ସୁବନସିରି ଜିଲ୍ଲାରେ ଏହି ଗାଁ ସ୍ଥାପନ କରାଯାଇଛି । ଭାରତୀୟ ଅଞ୍ଚଳର ସାଢ଼େ ୪ କିଲୋମିଟର ଭିତରେ ଏହି ଗାଁ ନିର୍ମିତ। ସମ୍ପୃକ୍ତ ଅଞ୍ଚଳ ଭାରତ ଓ ଚୀନ ମଧ୍ୟରେ ବିବାଦୀୟ ଭାବେ ଚିହ୍ନଟ ହୋଇ ରହିଥିଲେ ମଧ୍ୟ ଚୀନ ଜୋର ଜବରଦସ୍ତ ଏହି ଗ୍ରାମ ନିର୍ମାଣ କରିଥିବା ଏବେ ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ଗତ ନଭେମ୍ବର ୧ ସୁଦ୍ଧା ଏହି ଗ୍ରାମ ନିର୍ମାଣ ହୋଇଛି; ଯେଉଁଠାରେ ୧୦୧ ଗୋଟି ଘର ରହିଛି। ବର୍ତ୍ତମାନର ଚୀନ ସାମରିକ ଘାଟିଠାରୁ ଏହା ମାତ୍ର ଗୋଟିଏ କିଲୋମିଟର ମଧ୍ୟରେ ଏବଂ ମ୍ୟାକ୍ମୋହନ ଲାଇନ୍ର ଦକ୍ଷିଣକୁ ଭାରତୀୟ ପଟରେ ଅବସ୍ଥିତ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0