ଭୁବନେଶ୍ୱର: ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବି ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ପ୍ରାୟ ଦେଢ ମାସ ହେବ ଗିରଫ ହୋଇ ଜେଲରେ ଅଛନ୍ତି ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧ ମାମଲାରେ ଛନ୍ଦି ହୋଇ ଜେଲ୍ରେ ଥିବା ପ୍ରଦୀପଙ୍କୁ ପଚରାଉଚରା କରିଛି ଭିଜିଲାନ୍ସ। ଆଜି ଜେଲ୍ ଭିତରେ ତାଙ୍କୁ ୨ ଘଣ୍ଟା ଧରି ଗୁଡ଼େଇ ତୁଡ଼ାଇ ଭିଜିଲାନ୍ସ ଅଧିକାରୀ ପ୍ରଶ୍ନ କରିଥିବା ଜଣାଯାଇଛି। ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରିଛି ଭିଜିଲାନ୍ସ ଟିମ୍ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରିଛି । ପ୍ରଦୀପ ପାଣିଗ୍ରାହୀଙ୍କ ଓଉଓଉଓ ବ୍ୟାଙ୍କ ବ୍ରହ୍ମପୁର ଶାଖାରେ ଥିବା ଆକାଉଣ୍ଟରେ ବର୍ଷକ ମଧ୍ୟରେ ୨ କୋଟିରୁ ଅଧିକ ଟଙ୍କା ଜମା ନେଇ ଖୋଳତାଡ଼ କରିଛି ଭିଜିଲାନ୍ସ । ଏତେ ପରିମାଣର ଟଙ୍କା କେଉଁ ଉତ୍ସରୁ ଆସିଛି ଏହାର ଛାନଭିନ୍ କରିଛି ଭିଜିଲାନ୍ସ ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0