ଦେଶରେ ସାର୍ବଜନୀନ କରୋନା ଟିକାକରଣ ଅଭିଯାନ ଜାରି ରହିଛି । ତେବେ ପାଶ୍ୱର୍ ପ୍ରତିକ୍ରିୟା ଯୋଗୁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଦେଶରେ ୬୨ ପ୍ରତିଶତ ଲୋକ ଟିକା ନେବାକୁ ଅମଙ୍ଗ ହେଉଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସର୍ଭେ ସଂସ୍ଥା ଲୋକାଲ ସର୍କିଲସ ପକ୍ଷରୁ ଦେଶରେ ୨୩୦ ଜିଲ୍ଲାର ଲୋକଙ୍କ ମତାମତ ସଂଗ୍ରହ କରାଯାଇଛି । ସର୍ଭେରେ ୧୭ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ସେଥିମଧ୍ୟରୁ ୩୨ ପ୍ରତିଶତ ଲୋକ ଟିକା ନୋବାକୁ ରାଜି ହୋଇଛନ୍ତି । ୨୨ ପ୍ରତିଶତ ଲୋକ ଅନ୍ୟମାନଙ୍କଠାରେ ଟିକାର ପ୍ରତିକ୍ରିୟା ଦେଖି ନେବେ ବୋଲି କହିଛନ୍ତି । ସେହିପରି ଭାବେ ୬ପ୍ରତିଶତ ଲୋକ ସରକାରୀ ଟିକା ଉପରେ ଭରସା କରୁନାହାଁନ୍ତି ବୋଲି ସର୍ଭେରୁ ଜଣାପଡ଼ିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0