spot_img

ଅଭିଯୋଗ ପରେ ରାସ୍ତାରୋକ କଲେ ଗ୍ରାମବାସୀ

ଜୋଡା: ଖଣି ସହର ଜୋଡା- ବରବିଲ ଅଞ୍ଚଳରେ ବାୟୁ ପ୍ରଦୁଷଣ ଏବେ ଏକ ବଡ ସମସ୍ୟା ରୂପେ ଦେଖା ଯାଇଛି ।ଖଣି ଖାଦାନ ଭରା ଏହି ଅଞ୍ଚଳରେ ପ୍ରତିଦିନ ହଜାର ହଜାର ଭାରି ଜାନ ଯାତ।ୟତ କରୁଥିବା ରୁ ବଢୁଅଛି ପ୍ରଦୁଷଣ । ଧୁଳି ଧୁଆଁ ର ପରିମାଣ ଏତେ ବଢିଯାଇଛି ଯେ, ଲୋକେ ଶାନ୍ତିରେ ନିଶ୍ୱାସ ମଧ୍ୟ ମାରିପ।ରୁ ନାହାନ୍ତି। ସ୍ଥାନୀୟ ଲୋକଙ୍କ ମୁଣ୍ଡ ବିନ୍ଧା ର କାରଣ ସାଜିଛି ଏବେ ଏ ବିଷର ବଳୟ । ବାୟୁ ପ୍ରଦୂଷଣ ଭୟଙ୍କର ରୂପରେ ବଢ଼ୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ । ଅବସ୍ଥା ଏପରି ହୋଇଛି ଯେ, କି ଦିନ କି ରାତି ଲୋକଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ନେବାକୁ ମଧ୍ୟ ଭାବିବାକୁ ପଡୁଛି । ଲୋକଙ୍କ ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଖଣି କମ୍ପାନୀ ବା ପରିବହନ ସଂସ୍ଥା ଏହି ରାସ୍ତାରେ ନିୟମିତ ଭାବେ ପାଣି ପକାଇବା କଥା, କିନ୍ତୁ ପାଣି ନ ପକାଇ ସେମିତି ହିଁ ତାଙ୍କର ବ୍ୟବସାୟ କରି ନିଜେ ଲାଭବାନ ହୋଇ ଆସୁଛନ୍ତି । ଏହି ରାସ୍ତା କଡ଼ରେ ଥିବା ଲୋକ ଧୂଳି ଯୋଗୁ ପ୍ରତ୍ୟେକ୍ଷ ଭାବରେ ପ୍ରଭାବିତ ହେଉଛନ୍ତି । ଧୂଳି ଉଡ଼ି ଲୋକଙ୍କ ଘରେ ପଶିବା ସହ ସ୍ବାସ୍ଥ୍ୟ ଖରାପ ରହୁଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ତହସିଲଦାର ଓ ପୌରନିର୍ବାହୀ ଅଧିକାରୀଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ହେଁ ଅବସ୍ଥା ଯାହାକୁ ସେଇୟା । ଶେଷରେ ରାସ୍ତା ରୋକ କରି ମାଲ ପରିବହନ ବ୍ୟବସ୍ଥା କୁ ଅଟକାଇ ରଖିଥିବା ପରି ଦୃଶ୍ୟ ଦେଖିବାକୁ ମିଳିଛି ବରବିଲ ଅଞ୍ଚଳର ଠାକୁରାଣୀ ଗ୍ରାମରେ । ସୂଚନା ଥାଉ କି ଏହି ଅଞ୍ଚଳରେ ଥିବା ସାରଦା କମ୍ପାନୀ ମନମୁଖୀ ଭାବେ ମାଲ ପରିବହନ କରିବା ହେତୁ ସ୍ଥାନୀୟ ବାସିନ୍ଦା ଧୁଳି ଧୁଆଁ ପାଇଁ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଏଭଳି ପ୍ରତିବାଦ ସ୍ଵତ୍ତେ କମ୍ପାନୀ ପ୍ରଶାଷ ନ ରାସ୍ତା ରେ ପାଣି ମଧ୍ୟ ପକାଉ ନାହିଁ କିମ୍ବା ନିୟମ ଅନୁଯାୟୀ ମାଲ ପରିବହନ ସମୟରେ ଭାରିଯାନ ଡାଲା ତ୍ରିପାଲ ଦ୍ଵାରା ଘୋଡ଼ା ହେଉ ନାହିଁ କିମ୍ବା ଟାୟାର ଧୁଆ ହେଉନାହିଁ । ବାରମ୍ବାର ଅଭିଯୋଗ ପରେ ମଧ୍ୟ କେହି ନ ଶୁଣିବାରୁ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରି ଛନ୍ତି ସ୍ଥାନୀୟ ଲୋକେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular