spot_img

ନେତାଜୀ ଜୟନ୍ତୀକୁ ନେଇ ଭାଜପା ଓ ତୃଣମୂଳ କଂଗ୍ରେସ ମୁହାଁମୁହିଁ

ନେତାଜୀଙ୍କ ଜୟନ୍ତୀ ପାଳିତ ନେଇ ପଶ୍ଚିମବଙ୍ଗରେ ଭାଜପା ଏବଂ ଶାସକ ଦଳ ମୁହାଁମୁହିଁ । ଜାନୁଆରୀ ୨୩ରେ ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ପାଳିତ ହେବାକୁ ନେଇ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଥା କଟାକଟି । ଭାଜପା ପକ୍ଷରୁ ନେତାଜିଙ୍କ ଜନ୍ମଦିନକୁ ପରାକ୍ରମ ଦିବସଭାବେ ପାଳନ କରାଯିବାକୁ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଦେ୍ର୍ଦଶରେ କେନ୍ଦ୍ରୀୟ ସଂସ୍କୃତି ବିଭାଗ ଏପରି ଘୋଷଣା କରିଛନ୍ତି । ଅନ୍ୟପଟେ ଏହାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧକରିବା ସହ ଏହି ଦିନଟିକୁ ନାୟକ ଦିବସ ଭାବେ ପାଳନ କରିବାକୁ ଘୋଷଣାକରିଛନ୍ତି । ତେବେ ଏହି ଦୁଇ ଦଳ ନେତାଜିଙ୍କ ଉପରେ ଅଧିକାର ସାବ୍ୟସ୍ତ କରିବା ଲାଗି ଏଭଳି ଉଦ୍ୟମ କରୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ମିଶନ ପଶ୍ଚିମବଙ୍ଗ ଆରମ୍ଭ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular