spot_img

ବିମାନ ଚଳାଚଳକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ଗ୍ରିନ ସିଗନାଲ

କରୋନା ଯୋଗୁଁ ୟୁରୋପୀୟ ଦେଶ ଏବଂ ବ୍ରାଜିଲ ପାଇଁ ଲଗାଯାଇଥିବା ବିମାନ ଚଳାଚଳ ପ୍ରତିବନ୍ଧକକୁ ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ହଟାଇ ଦେଇଛନ୍ତି । ଏହା ଜାନୁଆରୀ ୨୬ ତାରିଖରୁ ଲାଗୁ କରାଯିବା ନେଇ ଟ୍ରମ୍ପ ସୂଚନା ଦେଇଛନ୍ତି । କିନ୍ତୁ ବାଇଡ଼େନ ଶପଥ ନେବା ପୂର୍ବରୁ ତାଙ୍କ ପ୍ରଶାସନ ଏହା ଉପରେ ରୋକ ଲାଗାଇଛି । ଅର୍ଥାତ ଏହି ପ୍ରତିବନ୍ଧକ ଆଗକୁ ଯାରି ରହିବ । ସୋମବାର ଏକ ଆଦେଶନାମା ଜାରି କରି ଟ୍ରମ୍ପ ସବୁ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକକୁ ଉଠାଇଛନ୍ତି । ଏଥିର କୁହାଯାଇଥିଲାଯେ ଜାନୁଆରୀ ୨୬ତାରିଖ ପରଠାରୁ କୌଣସି ଯାତ୍ରା ଉପରେ ପ୍ରତିବନ୍ଧକ ରହିବ ନାହିଁ । କିନ୍ତୁ ହ୍ୱାଇଟ ହାଉସର ପ୍ରେସ ସଚିବ ଜେନ ସାକି ଏନେଇ ଟ୍ୱିଟ କରି ଏହାର ଉତ୍ତର ମଧ୍ୟ ରଖିଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି କରୋନା ଭାଇରସର ବିପଦ ଏପର୍ଯ୍ୟନ୍ତ ଟଳି ନାହିଁ । ତେଣୁ ଏହି ସମୟରେ ଅନ୍ତରଷ୍ଟ୍ରୀୟ ଯାତ୍ରା ଉପରୁ ପ୍ରତିବନ୍ଧକ ଉଠାଇବର ସମ୍ଭବ ନୁହେଁ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular