ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ସରକାର ଓ କୃଷକ ପ୍ରତିନିଧୀଙ୍କ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ଆଲୋଚନା ହେବାକୁ ଯାଉଛି । ଗତକାଲି ଏହି ବୈଠକ ପାଇଁ ଦିନ ଧାର୍ୟ୍ୟ କରାଯାଇଥିଲା। କିନ୍ତୁ ପରେ ଏହାକୁ ଗୋଟିଏ ଦିନ ଲାଗି ସ୍ଥଗିତ ରଖାଯାଇଥିଲା । ଜାନୁଆରୀ ୧୫ରେ ଅନୁଷ୍ଠିତ ନବମ ପର୍ୟ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ ଯେ କୃଷକ ସଂଘ ଗୁଡିକ ନିଜ ମଧ୍ୟରେ ଅନେକ ଅନୌପଚାରିକ ଗୋଷ୍ଠୀ ଗଠନ କରି ସେମାନଙ୍କ ଦାବି ସମ୍ପର୍କରେ ସରକାରଙ୍କୁ ଏକ ଡ୍ରାଫ୍ଟ ପ୍ରଦାନ କରିବେ। ପ୍ରବଳ ଥଣ୍ଡାରେ ବିରୋଧ କରୁଥିବା ଚାଷୀଙ୍କ ପାଇଁ ସରକାର ଚିନ୍ତିତ ବୋଲି ଶ୍ରୀ ତୋମାର କହିଛନ୍ତି । ସେ କହିଛନ୍ତି ଯେ କେନ୍ଦ୍ର ସରକାର ସକରାତ୍ମକ ମନୋଭାବ ସହ ଅଛନ୍ତି, ଫଳରେ ଶୀଘ୍ର ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇପାରିବ।




Visitors Today : 1
Total Visitors : 130423
Total Views : 9891953
Visitors Online Now : 0