ଭୁବନେଶ୍ୱର: ଭାରତୀୟ ସେନା ଯେକୌଣସି ପରିସ୍ଥିତିରେ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଲେଫ୍ଟେନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ତେବେ ଏନେଇ ଆଜି ସୈନିକ ସ୍କୁଲରେ ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି । ଏହା ସହ କହିଛନ୍ତି, ଭାରତୀୟ ସେନାରେ ଅନେକ ଓଡିଆ ଅଧିକାରୀ ଶୀର୍ଷ ପଦ ପଦବୀରେ ରହିଛନ୍ତି । ଏହି ଅବସରରେ ସେନାରେ ଯୋଗ ଦେବାକୁ ଓଡ଼ିଆ ଯୁବକ, ଯୁବତୀଙ୍କୁ ଲେଫ୍ଟେନାଣ୍ଟ ଜେନେରାଲ କଲେ ଚଣ୍ଡୀ ପ୍ରସାଦ ମହାନ୍ତି ଆହ୍ବାନ କରିଛନ୍ତି। ଓଡ଼ିଶାର ପ୍ରତ୍ୟେକ ଗାଁରୁ ଅତି କମରେ ଜଣେ ଜଣେ ସେନାରେ ଯୋଗ ଦେବାକୁ ସେ ନିବେଦନ କରିଛନ୍ତି। ଏନସିସି, ଆର୍ମି ସ୍କୁଲ ସମ୍ପର୍କରେ ଆଗ୍ରହୀ ହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0