ବେଜିଂ: ଦୀର୍ଘ ତିନିମାସର ବ୍ୟବଧାନ ପରେ ପ୍ରକଟ ହେଲେ ଅଲ୍ଲିବାବା ସଂସ୍ଥାପକ ଜ୍ୟାକ ମା । ତେବେ ଚାରିଆଡ଼ୁ ଚାପ ପଡ଼ିବା ପରେ ଚୀନ୍ର ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସ ଜ୍ୟାକ୍ମାଙ୍କର ଏକ ଭିଡିଓ ଜାରି କରିଛି । ଗ୍ଲୋବାଲ୍ ଟାଇମ୍ସର ତଥ୍ୟ ଅନୁସାରେ ଜ୍ୟାକ୍ ମା ବୁଧବାର ଚୀନର ୧୦୦ ଜଣ ଗ୍ରାମୀଣ ଶିକ୍ଷକଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ କଥା ହୋଇଥିଲେ । ଜ୍ୟାକ୍ ମା ଶିକ୍ଷକଙ୍କୁ କହିଛନ୍ତି ଯେ, କରୋନା ଭାଇରସ ସମାପ୍ତ ହେବା ପରେ ପୁଣି ଥରେ ଆମେ ଏକାଠି ହେବା। ଗ୍ଲୋବାଲ୍ ଟାଇମ୍ସ ଜ୍ୟାକ୍ ମାଙ୍କୁ ଇଂଲିସ୍ ଶିକ୍ଷକରୁ ଉଦ୍ୟୋଗୀ ହୋଇଛନ୍ତି ବୋଲି କହିଛି । ଅଲିବାବା କମ୍ପାନୀରୁ ଜ୍ୟାକ୍ ମା ନିଜର ପରିଚୟ ତିଆରି କରି ନାହାନ୍ତି । ସେ ତାଙ୍କ ଉଦ୍ୟମରେ ହିଁ ନିଜକୁ ପ୍ରତିଷ୍ଠା କରିଛନ୍ତି । ଚୀନ୍ ବଜାର ଏବେ ସର ଗରମ ରହିଛି । କାରଣ ଜ୍ୟାକ୍ ମାଙ୍କ ପ୍ରତିଷ୍ଠିତ କମ୍ପାନୀ ନିୟନ୍ତ୍ରଣକୁ ଚୀନ୍ ସରକାର ନିଜ ହାତକୁ ନେବେ ବୋଲି ଗୁଜବ୍ ପ୍ରଚାରିତ ହୋଇଥିଲା ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0