ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଦଶର ବିବାଦୀୟ ସ୍ଥାନ ମାନଙ୍କରେ ଚୀନର ଗାଁ ନିର୍ମାଣ ଘଟଣା ସମ୍ନାକୁ ଆସିବା ପରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । ତେବେ ବିରୋଧୀନେତା ଅସଦ୍ଦୁଦିନ ଓୱେସୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି । ଓୱେସୀ ମୋଦିଙ୍କୁ ଦୁର୍ବଳ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଚୀନ ନାଁ ନେବାକୁ ଡରୁଛନ୍ତି। ଓୱେସୀ କହିଛନ୍ତି, “ସାଟେଲାଇଟ ଇମେଜରୁ ଜଣାପଡୁଛି ଚୀନ ଅରୁଣାଚଳ ପ୍ରଦେଶରେ ସ୍ଥାୟୀ ଘର ନିର୍ମାଣ କରିଛି। ପ୍ରଧାନମନ୍ତ୍ରୀ ଦୁର୍ବଳ ଜଣାପଡୁଛନ୍ତି। ସେ ଚୀନର ନାଁ କାହିଁକି ନେଉନାହାନ୍ତି ? ପ୍ରଧାନମନ୍ତ୍ରୀ ଚୀନ ନାଁ ନେବାକୁ ଭୟ କରୁଛନ୍ତି। ମୋଦି ଦୁର୍ବଳ ପ୍ରଧାନମନ୍ତ୍ରୀ କାରଣ ତାଙ୍କ ଦଳର ସାଂସଦ କହୁଛନ୍ତି ଯେ ଚୀନ ଅରୁଣାଚଳରେ ଜମି କବଜା କରିଛି।”



Visitors Today : 1
Total Visitors : 130301
Total Views : 9891804
Visitors Online Now : 0