ବ୍ରହ୍ମପୁର : କଟକ, ଭୁବନେଶ୍ୱର ପରେ ଏବେ ବ୍ରହ୍ମପୁରରେ ନକଲି ଆତଙ୍କ । ଦକ୍ଷିଣ ଓଡ଼ିଶାର ବ୍ୟାବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ନକଲି ମସଲା ଓ ଲଙ୍କାଗୁଣ୍ଡ ଫ୍ୟାକ୍ଟ୍ରି ଠାବ କରାଯାଇଛି । ସହରର ବଡ଼ବଜାର ପାଣ୍ଡବନଗରରେ ନକଲି ମସଲା ଓ ଲଙ୍କା ଗୁଣ୍ଡ ଫ୍ୟାକ୍ଟ୍ରିକୁ ସିଲ କରାଯାଇଛି। ଏହାସହ କାରଖାନାର ନକଲି ସାମଗ୍ରୀ ପ୍ରସ୍ତୁତ ପାଇଁ ଥିବା ମେସିନ, ପଲି ପ୍ୟାକ ଆଦି ଜବତ ହୋଇଛି । କାରଖାନାର ମାଲିକ ଜଣକ ରାୟପୁରରୁ ମରିଚ ଗୁଣ୍ଡ ଓ ମେସିନ ଆଣି ଏଠାରେ ପ୍ୟାକିଂ କରୁଥିଲା । ଏହାସହ ସେ ଗଞ୍ଜାମ ଜିଲ୍ଲା ଓ ଛତିଶଗଡ଼ର ରାୟପୁରରେ ଏହି ନକଲି ସାମଗ୍ରୀ ବିକ୍ରି କରୁଥିବା ସ୍ୱୀକାର କରିଛନ୍ତି । ତେବେ ପୁଲିସ ଏହି ଫ୍ୟାକ୍ଟ୍ରି ପାଖରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ମସଲା ତିଆରି କରୁଥିବା ଆଉ ୨ଟି କାରଖାନାରେ ମଧ୍ୟ ଚଢ଼ଉ କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0