spot_img

ସୋନୁ ସୁଦଙ୍କ ନାଁରେ ଆମ୍ବୁଲାନ୍ସ ସେବା

ରିୟଲ ହିରୋ ସୋନୁ ସୁଦଙ୍କ ନାଁରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା । ହାଇଦ୍ରାବାଦରେ ଶିବା ନାମକ ଜଣେ ଯୁବକ ସୋନୁ ସୁଦଙ୍କ ନାଁରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ଯାହାର ନାଁ ଦିଆଯାଇଛି’ ସୋନୁ ସୁଦ ଆମ୍ବୁଲାନ୍ସ ସେବା’ । ହାଇଦ୍ରାବାଦରେ ରହୁଥିବା ଶିବା ପେସାରେ ଜଣେ ସନ୍ତରଣକାରୀ ଅଟନ୍ତି । ଏବେ ସୁଦ୍ଧା ପାଣିରେ ବୁଡ଼ିଯାଇଥିବା ବ୦୦ ଜଣଙ୍କ ଜୀବନ ବଞ୍ଚାଇଛନ୍ତି ଶିବା । ଶିବାଙ୍କର ଏହି ନିଃସ୍ୱାର୍ଥ ସେବାକୁ ଦେଖି ସେଠାକାର ଲୋକେତାଙ୍କୁ କିଛି ଟଙ୍କା ମଧ୍ୟ ଦେଉଥିଲେ । ସେହି ଟଙ୍କାରେ ଶିବା ଏକ ଆମ୍ବୁଲାନ୍ସ କିଣି ସୋନୁ ସୁଦ ଆମ୍ବୁଲାନ୍ସ ନାଁରେ ସେବା ଯୋଗାଉଛନ୍ତି । ତେବେ ଏହି ଆମ୍ବୁଲାନ୍ସର ଉଦଘାଟନ ନିଜେ ସୋନୁ ସୁଦ କରିଛନ୍ତି ।
ସୋନୁ ସୁଦଙ୍କ ନାଁରେ ଆମ୍ବୁଲାନ୍ସ ସେବା

LEAVE A REPLY

Please enter your comment!
Please enter your name here

- Advertisment -

Most Popular