ନିଖୋଜର ୩ମାସ ପରେ ହଠାତ ସାମ୍ନାକୁ ଆସିଲେ ଜ୍ୟାକ ମା । ଆଲିବାବା କମ୍ପାନୀର ପ୍ରତିଷ୍ଠାତା ତଥା ବିଶ୍ୱ ପ୍ରଖ୍ୟାତ ଶିଳ୍ପପତିଙ୍କ ନିଖୋଜକୁ ନେଇ ଚର୍ଚ୍ଚ ଧରିଥିଲା । କିନ୍ତୁ ଆଜି ହଠାତ ସର୍ବସମ୍ମୁଖକୁ ଆସିଛନ୍ତି ଜ୍ୟାକ ମା । ଏକ ଭିଡ଼ଓ କନଫରେନ୍ସିଂ ଜରିଆରେ ନିଜର ମତ ଦେଉଥିବା ବେଳେ ନଜର ଆସିଛନ୍ତି । ନିଖୋଜ ପୂର୍ବରୁ ଚାଇନାର ଏହି ଶିଳ୍ପପତି ଜଣଙ୍କ କ୍ଷମତାସୀନ ଜିନପିଙ୍ଗ ଶାସନ ପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ଯେଉଁଥିପାଇଁ ତାଙ୍କୁ ଚାଇନା ସରକାର ଗୃହ ବନ୍ଦୀ କରିରଖାଯାଇଥିବା କଥା ଚର୍ଚ୍ଚା ହେଉଥିଲା । ବିଭିନ୍ନ ରାଷ୍ଟ୍ର ଜ୍ୟାକମାଙ୍କ ଅନ୍ତଧ୍ୟାନ ପଛରେ ଚାଇନାର ହାତଥିବା କହିଥିଲେ । ଯାହାକୁ ନେଇ ଜିନପିଙ୍ଗ ସରକାର ଚାପରେ ଥିଲା । ତେବେ ଏହିସବୁ ଭିତରେ ଆଜି ଚାଇନାର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ନିଜ ଟ୍ୱିଟର ଆକାଉଣ୍ଟରେ ଜ୍ୟାକ ମାଙ୍କ ଗୋଟିଏ ଭିଡ଼ିଓ ଶେୟାର କରିଛି । ଯେଉଁଥିରେ ସେ ୧୦୦ ଜଣ ଗ୍ରାମିଣ ଶିକ୍ଷକଙ୍କ ସହ କଥା ହେଉଥିଲେ । ଜ୍ୟାକ ଶିକ୍ଷକଙ୍କୁ କହୁଥିଲେ ଯେ କରୋନା ଭାଇରସର ଅନ୍ତ ଘଟିବା ପରେ ଆମେ ପୁଣିଥରେ ଏକାଠି ହେବା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0