ପୁରୀ: ଭକ୍ତ ଭଗବାନ ମଧ୍ୟରେ ଥିବା କୋଭିଡ଼ ରିପୋର୍ଟ କଟକଣା ଆଜିଠୁ ଉଠିଗଲା । ଆଜିଠୁ ରତ୍ନ ବେଦୀରେ ଶ୍ରୀଜୀଉଙ୍କ ଦର୍ଶନ କରି ଆତ୍ମବିଭୋର ଭକ୍ତ। ମହାପ୍ରଭୁଙ୍କ ଦର୍ଶନ ଲାଗି ଆଉ ଆବଶ୍ୟକ ନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ । ଦୀର୍ଘ ୯ ମାସ ଧରି କାଳିଆ ସାଆନ୍ତକୁ ଟିକେ ଦେଖିବାକୁ ଛଟପଟ ହେଉଥିବା ଭକ୍ତ ଆଜି ନିର୍ବିଘ୍ନରେ କରୁଛନ୍ତି ପ୍ରଭୁଙ୍କ ଦର୍ଶନ । କୋଭିଡ ନେଗେଟିଭ୍ ରିପୋର୍ଟ ଆବଶ୍ୟବ ନ ଥିଲେ ମଧ୍ୟ ସାମାଜିକ ଦୂରତା, ମାସ୍କ ଏବଂ ଏସଓପି ମାନି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା ହୋଇଛି । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଧାଡିରେ ଦର୍ଶନ ବ୍ୟବସ୍ଥା କରାଯାଇଛି । ସକାଳ ୬ଟାରୁ ୭ଟା ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀବାସୀ ନିଜର ପରିଚୟ ପତ୍ର ଦେଖାଇ ସିଂହଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି । ସକାଳ ୭ଟାରୁ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0