ରାଜନଗର: ରାଜନଗରର ତାଳଚୁଆ ସାମୁଦ୍ରିକ ଥାନା ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକଙ୍କ ପକ୍ଷରୁ ବାଇକ ରାଲି ମାଧ୍ୟମରେ ସଚେତନ କରାଯାଇଛି । ତାଙ୍କସହ ସମସ୍ତ ପୁଲିସ ଷ୍ଟାଫ ହେଲମେଟ ପିନ୍ଧି ଜନସାଧାରଣଙ୍କୁ ସଚେତନ କରିଥିଲେ । ତାଳଚୁଆ ଅଂଚଳର ଗାଡ଼ିଚାଳକଙ୍କୁ ସଚେତନ କରିବା ସହ ବିଭିନ୍ନ ଛକମାନଙ୍କରେ ଏକଜୁଟ ହୋଇଥିବା ଲୋକମାନଙ୍କୁ ସଚେତନ କରାଇଥିଲେ । କେମିତି ସରକାରଙ୍କ ନୂଆ ନିୟମ ପ୍ରତି ଲୋକମାନେ ସଚେତନ ହେବେ ଏବଂ ଏହାର ମୁଖ୍ୟ ଉଦେ୍ଦଶ୍ୟ ବିଷୟରେ ବୁଝାଇଥିଲେ । ବାଇକ ଆରୋହୀ ହେଲମେଣ୍ଟ ପିନ୍ଧିବେ, ଗୋଟିଏ ବାଇକରେ ଦୁଇଜଣ ବସିଲେ ଦୁଇଟା ହେଲମେଟ ପିନ୍ଧିବା ଜରୁରୀ, ଗୋଟିଏ ବାଇକରେ ତିନିଜଣ ବସିବେ ନାହିଁ, ବଡ଼ ଗାଡି ଚଳାଇଲେ ସିଟବେଲ୍ଟ ପିନ୍ଧିବା ଆବଶ୍ୟକ, ମଦ୍ୟପାନ କରି ଗାଡି ଚଲାଇବା ନାହିଁ, ଗାଡି ଚଲାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ନ କରିବା ଉଚିତ l ଏହି ସବୁ ନିୟମକୁ ମାନିବା ପାଇଁ ଲୋକମାନଙ୍କୁ ସଚେତନତା କରାଯାଉଥିଲା l ଏହି ନିୟମସବୁ ମାନିଲେ ଦୁର୍ଘଟଣାରୁ ରକ୍ଷା ପାଇବା ସହିତ ଲୋକଙ୍କ ଜୀବନ ପ୍ରତି ସୁରକ୍ଷା ପାଇଁ ସଚେତନତା କରିବାର ତାଳଚୁଆ ପୋଲିସ ପକ୍ଷରୁ ଏକ ନୂଆ କାଯ୍ୟକ୍ରମ ଆରମ୍ଭ କରାଯାଇଛି ଏବଂ ସଚେତନତା କରାଯାଇଛି l



Visitors Today : 1
Total Visitors : 130423
Total Views : 9891953
Visitors Online Now : 0