spot_img

ଲକ୍ଷାଧିକ ଟଙ୍କାର ଚୋରା କାଠ ଜବତ

ଆଠଗଡ :  କଟକ ଜିଲ୍ଲା  ବଡମ୍ବା ରେଞ୍ଜର ଚୋରା କାଠ କାରବାରର ଚେର  ଖୋଜୁଛି ପୋଲିସ। ଗତ ଦୁଇ ବର୍ଷ ଧରି ଚାଲିଥିବା ଚୋରା କାଠ ବେପାର ପର୍ଦ୍ଦାଫାସ କରିଛି ଆଠଗଡ଼ ବନ ବିଭାଗ । ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଆଠଗଡ ଡିଏଫଓଙ୍କ ନିର୍ଦେଶକ୍ରମେ ବଡମ୍ବା ରେଞ୍ଜ ସାନବାରସିଙ୍ଗହ ଗାଁରେ ଚଢାଉ କରିଥିଲା । ବିଭାଗର ମୋବାଇଲ୍ ସ୍କ୍ୱାର୍ଡ ଟିମ୍ ଲକ୍ଷାଧିକ ଟଙ୍କାର କାଠ ଏବଂ କରତ ଜବତ କରିଛି । ବଡମ୍ବା ରେଞ୍ଜ ଅଧିକାରୀଙ୍କ ଜାଣନ୍ତରେ ଏହା ଚାଲିଥିବା ଅଭିଯୋଗ ହୋଇଛି । ଏହି ଚଢାଉ ପଛରେ ନୂଆ ବନଖଣ୍ଡ ଅଧିକାରୀଙ୍କ ହାତ ରହିଛି । ନୂଆ ବନଖଣ୍ଡ ଅଧିକାରୀ ଦାୟିତ୍ଵ ନେବା ପରେ ଏହା ବଡ଼ ସଫଳତା ବୋଲି ଚର୍ଚ୍ଚା ଜୋର ଧରିଛି ।

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular