ବାଲେଶ୍ୱର: ବାଲେଶ୍ୱରର ବାଲିବିଲ ଠାରେ ଚାଷୀଙ୍କ ବରାଟ ମେଳି । ବାଲିଆପାଳ ବ୍ଲକ ଅନ୍ତର୍ଗତ ଚଉମୁଖା, ଡ଼ଗରା, ବେତଗଡ଼ିଆ, ଅଳାଡ଼ିହା, ଜମ୍ଭିରାଇ, ନୁଆଗାଁ ଆଦି ୬ଟି ପଞ୍ଚାୟତର ୫୦ ହଜାର ଲୋକଙ୍କୁ ଜମିହରା କରିବା ଷଡ଼ଯନ୍ତ୍ର ବନ୍ଦ କରିବା ଦାବିରେ ଏହି ଜନସମାବେଶ କରାଯାଇଛି । ହଳଦିଆ ପେଟ୍ରୋକେମିକାଲ ଇଣ୍ଟିଗ୍ରେଟେଡ଼ ରିପାଇନାରୀ ପ୍ଲାଣ୍ଟ ଏବଂ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପ ପାଇଁ ଗ୍ରିନ ସିଗନାଲ ଦେଇଛନ୍ତି କେନ୍ଦ୍ର ସରକାର । ଯଦି ପ୍ରକଳ୍ପ ପ୍ରତିଷ୍ଠା ହୁଏ ତେବେ ଲକ୍ଷାଧିକ ଲୋକ ରୋଜଗାର ପାଇପାରିବେ ବୋଲି ଦାବି କରିଛି କମ୍ପାନୀ । ତେବେ ଗ୍ରିନ ସିଗନାଲ ପାଇବା ପରେ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଜମି ଅଧିଗ୍ରହଣ କାର୍ଯ୍ୟ । ଯାହାକୁ ନେଇ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।ଅଂଚଳଟି ସମୁଦ୍ର ଉପକୂଳବର୍ତ୍ତୀ ହୋଇଥିବାରୁ ସେଠାକାର ମାଟି ଉର୍ବର । ମାତ୍ର ଅଂଚଳ ବାସୀ ବର୍ଷକୁ ୭ଲକ୍ଷରୁ ଅଧିକ ଅର୍ଥ ଉପାର୍ଜନ କରିଥାନ୍ତି ସେହି ଅଂଚଳରୁ । ତେଣୁ କୌଣସି ପରିସ୍ଥିତିରେ ବି ଅଂଚଳବାସୀ ଭିଟାମାଟି ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଆଜି ପ୍ରକଳ୍ପ ବିରୁଦ୍ଧରେ ହଜାର ହଜାର ଲୋକ ଅଳାଡ଼ିହା ପଂଚାୟତର ବାଲିବିଲ ହାଟ ପଡ଼ିଆରେ ବିଶାଳ ଜନସମାବେଶ କରିିଛନ୍ତି । ଯଦି ପ୍ରଶାସନ ଅଂଚଳବାସୀଙ୍କ ଗୁହାରୀ ନଶୁଣିବେ ତାହେଲେ ପରବର୍ତ୍ତୀ ସମୟରେ ଆନେ୍ଦାଳନକୁ ଆହୁରୀ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଂଚଳବାସୀ । ଏହି ଜନ ସମାବେଶ ରେ ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୂନ ଗୋ, ପ୍ରଫୁଲ୍ଲ ସାମନ୍ତରା, ବରିଷ୍ଠ ସାମ୍ବାଦିକ ରବି ଦାସ, ସିପିଆଇ ନେତା ଜୟନ୍ତ ଦାସ,ଅରୁଣ ଜେନା, ବାଲିଆପାଳ ବ୍ଲକ ଅଧ୍ୟକ୍ଷ ବିଜନ ନାୟକ,,ଅନୁଜ ମହାପାତ୍ର ପ୍ରଭୁତି ଯୋଗଦାନ କରିଥିଲେ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0