spot_img

ଟ୍ରକ୍ଟର ରାଲିକୁ ଅନୁମୋତି ଦେଲାନି ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଟ୍ରାକ୍ଟର ରାଲିକୁ ନେଇ ଚାଷୀ ଓ ପୁଲିସ ମଧ୍ୟରେ ବ÷ଠକ ଶେଷ ହୋଇଛି । ତେବେ ଦିଲ୍ଲୀ ପୁଲିସ ଟ୍ରାକ୍ଟର ରାଲି ପାଇଁ ସିଧାସଳଖ ମନା କରିଦେଇଛି । ଅନ୍ୟପଟେ ଚାଷୀ ସଙ୍ଗଠନମାନେ ରିଙ୍ଗ୍ ରୋଡରେ ରାଲି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ ୨୬ ତାରିଖରେ ଚାଷୀମାନେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବାକୁ ଚେତାବନୀ ଦେଇଥିଲେ । ହେଲେ ଦିଲ୍ଲୀ ପୋଲିସ ଏହାକୁ ଅନୁମତି ଦେବାକୁ ମନା କରିଦେଇଛି । ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଅଛି । ଏହି ସମୟରେ ଟ୍ରାକ୍ଟର ରାଲି ବାହାରିଲେ ଦିଲ୍ଲୀରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡିବାର ଭୟ ରହିଛି । ଯାହାକୁ ଆଖି ଆଗରେ ରଖି ଦିଲ୍ଲୀ ପୋଲିସ ଏହି ଟ୍ରାକ୍ଟର ରାଲିକୁ ଅନୁମତି ଦେଇନି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular