spot_img

ଅଭିନେତା ସୋନୁ ସୁଦଙ୍କୁ ମିଳିଳା ଶକ୍ତ ଝଟକା

ମୁମ୍ବାଇ: ବିଏମସି ନୋଟିସ ବିରୋଧରେ ଦାଖଲ କରିଥିବା ସୋନୁ ସୁଦଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ବମ୍ବେ ହାଇକୋର୍ଟ । ତେବେ ଜଷ୍ଟିସ ପ୍ରୀତିରାଜ ଚାବନ ଏହି ଆବେଦନକୁ ଖାରଜ କରିଥିବାର ସୂଚନା ମିଳିଛି । ତେବେ ବିଏମସି ଦେଇଥିବା ବିଜ୍ଞପ୍ତିକୁ ପାଳନ କରିବା ପାଇଁ ସୁଦଙ୍କ ଓକିଲ ଅମୋଗ ସିଂ ୧୦ ସପ୍ତାହ ସମୟ ମାଗିଥିଲେ ଏବଂ କୋଠାକୁ ଭାଙ୍ଗିବା ପାଇଁ ପଦକ୍ଷେପ ନ ନେବାକୁ ନାଗରିକ ସଂସ୍ଥାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଏହା ପୂର୍ବରୁ ଅଭିନେତାଙ୍କ ପାଖରେ ପର୍ୟ୍ୟାପ୍ତ ସମୟ ଥିବା ଦର୍ଶାଇ ଏହି ଅନୁରୋଧ ଗ୍ରହଣ କରିବାକୁ କୋର୍ଟ ମନା କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular