ବେଜିଂ: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ ଯୁଗ। ଟ୍ରମ୍ପ ସରକାରର କାର୍ୟ୍ୟକାଳ ଶେଷ ହେବା ପରେ ଏବେ ଉତ୍ସାହିତ ହୋଇଛି ବେଜିଂ। କାର୍ୟ୍ୟକାଳ ଶେଷ ହେବା ପୂର୍ବରୁ କିନ୍ତୁ ଟ୍ରମ୍ପ ସରକାର ଚାଇନା ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଏବେ ବୁଧବାର ବାଇଡେନ ସରକାର ଶପଥ ନେବା ପରେ ଟ୍ରମ୍ପ ପ୍ରଶାସନର ୨୮ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ବେଜିଂ। ଏମାନଙ୍କ ମଧ୍ୟରେ ଆମେରିକାର ପୂର୍ବତନ ବୈଦେଶିକ ସଚିବ ତଥା ମନ୍ତ୍ରୀ ମାଇକ ପୋମ୍ପିଓ, ଟ୍ରମ୍ପ ପ୍ରଶାସନର ଜାତୀୟ ସୁରକ୍ଷା ପରାମର୍ଶଦାତା ତଥା ମିଳିତ ଜାତିସଂଘର ରାଷ୍ଟ୍ରଦୂତ କେଲି କ୍ରାଫ୍ଟ ପ୍ରମୁଖ ରହିଛନ୍ତି। ଟ୍ରମ୍ପ ପ୍ରଶାସନର ଅଧିକାରୀଙ୍କ ଉପରେ ଲଗାଯାଇଥିବା ଏହି ପ୍ରତିବନ୍ଧକ ଆମେରିକା ପ୍ରତି ଚାଇନାର କଠୋର ମନୋଭାବକୁ ଦର୍ଶାଇଛି। ପୋମ୍ପିଓଙ୍କ ବିବୃତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଚାଇନା ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ମାଇକ ପୋମ୍ପିଓ କହିଥିଲେ ଯେ ସଂଖ୍ୟାଲଘୁ ଏବଂ ମୁସଲମାନମାନଙ୍କ ଉପରେ ଚାଇନାର ନୀତି ‘ନରସଂହାର’ ସହ ସମାନ। ପୋମ୍ପିଓ କାର୍ୟ୍ୟକାଳର ଶେଷ ସମୟରେ ଚାଇନା ଉପରେ ଅନେକ ନୂତନ ପ୍ରତିବନ୍ଧକ ଲଗାଇ କହିଥିଲେ ଯେ ଚାଇନାର ପଶ୍ଚିମ ଜିନଜିଆନ ପ୍ରଦେଶରେ ସଂଖ୍ୟାଲଘୁ ଏବଂ ମୁସଲମାନମାନଙ୍କୁ ହତ୍ୟା କରାଯାଉଛି।



Visitors Today : 0
Total Visitors : 130436
Total Views : 9891967
Visitors Online Now : 0