() ସାଧାରଣତଃ ଗରମ ଦିନେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ। କାରଣ ଏହି ଋତୁରେ ଅଧିକ ରୋଗ ଦେଖାଯାଇଥାଏ। କିଛି ବିଶେଷଜ୍ଞଙ୍କ କହିବାନୁଯାୟୀ ଗରମ ଦିନେ ସୁସ୍ଥ ରହିବା ପାଇଁ ଏବଂ ଗରମରୁ ରକ୍ଷା ପାଇବା ପାଇଁ ପୋଦିନା ବ୍ୟବହାର କରିବା ଉଚିତ। କାରଣ ଏହାର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା ପୋଦିନା ପତ୍ରର ବ୍ୟବହାର ଆମ ଶରୀରରେ କେଉଁ ସବୁ ସମସ୍ୟା ଦୂର କରିବାରେ ଲାଭକାରୀ ହୋଇଥାଏ
-ପେଟ ପାଇଁ ଲାଭକାରୀ ହୋଇଥାଏ ପୋଦିନା। ଏହା ଗରମ ଦିନେ ପେଟ ଗରମ ହେବା ସମସ୍ୟା ଦୂର କରିଥାଏ।
-ଗରମ ଦିନେ ଅଧିକାଂଶ ସମୟରେ ପାଦର ତଳ ଭାଗରେ ଜଳନ ଅନୁଭବ ହୋଇଥାଏ। ଏଭଳି ସମସ୍ୟା ଦେଖାଯାଉଥିଲେ ପୋଦିନା ପତ୍ରକୁ ବାଟି ପାଦ ତଳେ ଲଗାଇବା ଦ୍ୱାରା ଆରାମ ମିଳିଥାଏ।
-ଅତ୍ୟଧିକ ଗରମରୁ ରକ୍ଷା ପାଇବା ପାଇଁ ମଧ୍ୟ ଆପଣ ଲେମ୍ବୁ ଏବଂ ଦହିରେ ପୋଦିନା ମିଶାଇ ସେବନ କରିପାରିବେ। ଏହାବ୍ୟତୀତ ଆପଣ ପୋଦିନା ଚଟଣୀ କରି ମଧ୍ୟ ଖାଇପାରିବେ। ଏହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ।
-ଯଦି ଆପଣଙ୍କର କାଶ ହେଉଛି ତେବେ ଆପଣ ପୋଦିନା ଏବଂ ଅଦା ରସରେ ଅଳ୍ପ ମହୁ ମିଶାଇ ସେବନ କରନ୍ତୁ। ଦେଖିବେ ବହୁତ ଜଲଦି କାଶ କମ ହୋଇଯିବ।
-ଏହାବ୍ୟତୀତ ଗରମ ଦିନେ ସତେଜ ଏବଂ ସୌନ୍ଦର୍ଯ୍ୟ ଦେଖାଯିବା ପାଇଁ ମୁହଁରେ ପୋଦିନାର ଲେପ ମଧ୍ୟ ବ୍ୟବହାର କରିପାରିବେ।
-ପୋଦିନା ପତ୍ରର ବ୍ୟବହାରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନଥାଏ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0