ମୁମ୍ବାଇ ୬/୬: () ସୋସିଆଲ ମିଡିଆରେ ଆଖି ମାରିବା ଭଳି ଭିଡ଼ିଓ ପୋଷ୍ଟ କରି ରାତା ରାତି ଷ୍ଟାର ହୋଇଥିଲେ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର। ବର୍ତ୍ତମାନ କିନ୍ତୁ ସେ କିଛି ଦିନ ହେବ ସୋସିଆଲ ମିଡିଆ ଠାରୁ ଦୁରେଇ ରହିଛନ୍ତି। ପ୍ରିୟା ପ୍ରକାଶ ନିଜର ଆକ୍ଟିଂ ଅପେକ୍ଷା ସୋସିଆଲ ମିଡିଆରେ ନିଜର ଫଟୋ ଏବଂ ଭିଡ଼ିଓ ପୋଷ୍ଟ କରି ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏନେଇ ପୁଣିଥରେ ପ୍ରିୟା ପ୍ରକାଶ ସୋସିଆଲ ମିଡିଆରେ ନିଜର ଏକ ଭିଡ଼ିଓ ପୋଷ୍ଟ କରି ଜବରଦସ୍ତ ଏଣ୍ଟ୍ରି କରିଛନ୍ତି। ଯାହାର ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି

ଏହି ଭିଡ଼ିଓରେ ପ୍ରିୟା ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଗୀତ ‘ତାଲ ସେ ତାଲ ମିଲା’ ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଏହି ଭିଡ଼ିଓକୁ ସେ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯାହାକୁ ତାଙ୍କର ଫ୍ୟାନ୍ସମାନେ ଖୁବ ପସନ୍ଦ କରିଛନ୍ତି
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ପ୍ରିୟା ପ୍ରକାଶ ବସିଥିବା ଅବସ୍ଥାରେ ଡ୍ୟାନ୍ସ କରୁଥିବାର ବେଳେ ଏକ୍ସପ୍ରେସନରେ ଦର୍ଶକଙ୍କ ମନକୁ କିଣିପାରିଛନ୍ତି। ଅଭିନେତ୍ରୀଙ୍କ ଏହି ଖାସ ଅନ୍ଦାଜକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡ଼ିଓ ସେୟାର କରିବା ସହ ପ୍ରିୟା ଲେଖିଛନ୍ତି, ‘କିଛି ନୂଆ କରିବାର ପ୍ରୟାସ। ମୁଁ ଜାଣିଛି ମୁଁ ଏହି ଗୀତର କୋରିୟୋଗ୍ରାଫି ସହ ବିଲକୁଲ ନ୍ୟାୟ କରିପାରିବି ନାହିଁ। ଏଥିପାଇଁ ମୋର ଭୁଲକୁ ଅଣଦେଖା କରନ୍ତୁ। ମୁଁ ବାସ ଚେଷ୍ଟା କରୁଛି। ଆଶା କରୁଛି ଆପଣମାନଙ୍କୁ ମୋର ଏହି ଭିଡ଼ିଓ ପସନ୍ଦ ଆସିବ।
ସୂଚନା ମୁତାବକ ପ୍ରିୟା ପ୍ରକାଶଙ୍କ ଇଷ୍ଟାଗ୍ରାମରେ ୧.୨ ମିଲିୟନ ଫଲୋର୍ସ ରହିଛନ୍ତି ଏବଂ ତାଙ୍କର ଏହି ଭିଡ଼ିଓ ଭାଇରାଲ ହେବା ପରେ ଫ୍ୟାନ୍ସମାନେ ଖୁବ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ ଦେଇଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0