spot_img

ଆହାର ଅନ୍ନପୂର୍ଣ୍ଣା ଲଢେଇ ,ବାଜି ବିଜୟୀ କିଏ ? ……..

ଭୁବନେଶ୍ୱର (ଚନ୍ଦନ ପଣ୍ଡା ) : କୋଡିଏ ବର୍ଷର ସରକାର ଭିତରେ ଅନେକ  ଜନହିତକର ଯୋଜନା କେତେ ସଫଳ କେତେ ବିଫଳ ସେକଥା ସମସ୍ତେ ଜାଣନ୍ତି |ଏକାକୀ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରୁଥିବା ବିଜୁ ଜନତା ଦଳ ଗତ ଉଣେଇଶ ନିର୍ବାଚନରେ ସରକାର ତ ଗଠନ କଲା କିନ୍ତୁ ପ୍ରଭାବ ଟିକେ କମିଲା  |ବିଧାନସଭା ହେଉ ଅବା ଲୋକସଭା ଅନ୍ୟ ନିର୍ବାଚନ ତୁଳନାରେ ସଦସ୍ୟ ମଧ୍ୟ କମ ରହିଲେ |ଯେତେବେଳେ ଭୁବନେଶ୍ୱର ଲୋକସଭା କ୍ଷେତ୍ରରେ ସାତ ଟି ଆସନରୁ ଛଅ ଟିରେ ବିଜୁ ଜନତା ଦଳ ବିଜୟୀ ହେଲା  ଓ ଗୋଟିଏ କଂଗ୍ରେସ ହାତକୁ ଗଲା  ସେତେବେଳେ କିନ୍ତୁ ଭାରତୀୟ ଜନତା ପାର୍ଟିରୁ ଫୁଲରେ ଚମକିଲେ ଅପରାଜିତା |ଯାହା ସାଧାରଣରେ ବେଶ ଆଲୋଡନ ସୃଷ୍ଟି କରିଥିଲା | ସେବେଠାରୁ ସଦାସର୍ବଦା ନିଜର ନିଆରା କାର୍ଯ୍ୟଶୈଳୀ, ନିଜସ୍ୱ ଯୋଜନା , ମିଷ୍ଟଭାଷୀ  ଓ ମେଳାପୀ ବ୍ୟବହାରପାଇଁ ସଦାସର୍ବଦା ଚର୍ଚ୍ଚାରେ ରହିଆସୁଛନ୍ତି | ସାଂସଦ ପାଣ୍ଠି ଓ ଜନସାଧାରଙ୍କ ସହଯୋଗରେ “ଭରଷା” ନାମକ ଆର୍ଥିକ ସହାୟତା ସଂଗଠନ ହେଉ ଅବା ମହିଳା ମାନଙ୍କୁ ସଶକ୍ତ, ସ୍ୱାବଲମ୍ବୀ , ସମୃଦ୍ଧ ଓ ସାହସୀ ହେବାପାଇଁ “ଆଜିତା” ସଂଗଠନ | ଯୁବକ ମାନଙ୍କୁ ସେବା ,ସାଧନା ଓ ସମାଧାନର ରାସ୍ତା ଦେଖାଇବା ପାଇଁ “ୟୁଥ ଫର ଆକ୍ସନ” ହେଉ ଅବା ଦାରିଦ୍ର ସୀମାରେଖା ତଳେ ଭୋକିଲା ରହି ପେଟକୁ ଦୁଇ ମୁଠା ଖାଦ୍ୟ ଖୋଜୁଥିବା ଅସହାୟଙ୍କ ପାଇଁ  “ଅନ୍ନପୂର୍ଣ୍ଣା ” ଯୋଜନା |ସବୁରି ମୂଳରେ ସେବା ଥାଇପାରେ ,କିନ୍ତୁ କୌଣସି ବୃହତ୍ତର ଉଦ୍ଦେଶ୍ୟ ନଥାଇ ଏଭଳି ନିଆରା ଓ ଅନନ୍ୟ କାର୍ଯ୍ୟକ୍ରମ ସବୁ ହାତକୁ ନିଆଯାଉଛି  ତାହା ଭାବିବା ବୋକାମୀ ଓ  ଭୁଲ ହେବ |ଏମିତିବି ହୋଇପାରେ ଏ ସବୁ କରିବା ପଛରେ ସର୍ବସାଧାରଣରେ ନିଆରା ସାଂସଦରୂପେ ପ୍ରତିପାଦନ ହେବା  ସହ  ଉତ୍ତମ କାର୍ଯ୍ୟ ପାଇଁ  ଆତ୍ମସନ୍ତୋଷ ଲଭି ପାରନ୍ତି | କିନ୍ତୁ ଏସବୁ ଭିତରେ କେଉଁଠି ନା  କେଉଁଠି ଏହାକୁ ସ୍ୱୀକାର କରିବାକୁ ପଡିବ ରାଜ୍ୟ ସରକାର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଲୋକପ୍ରିୟତାକୁ ହଜମ କରିପାରୁନାହାନ୍ତି ଯାହାଫଳରେ ଶାସନ କଳକୁ ମୋହରା କରାଯାଉଛି | ସର୍ବସାଧାରଣରେ ଯାହା ଚର୍ଚ୍ଚା ହେଉଛି  ଆହାର ବଦଳରେ ଅନ୍ନପୂର୍ଣ୍ଣା ,ସ୍ୱୟଂ ସହାୟକ ଗୋଷ୍ଠୀ ବଦଳରେ ଅଜିତା  ଓ ବିଜୁ ଯୁବ ବାହିନୀ ବଦଳରେ ୟୁଥ ଫର ଆକ୍ସନ ସମାନ ଢଙ୍ଗରେ କାର୍ଯ୍ୟ କରୁଛି   | ଯାହାର ସଦ୍ୟ ଉଦାହରଣ ପରୋକ୍ଷରେ ଏସବୁକୁ ଇଙ୍ଗିତ କଲାଭଳି  ଗତକାଲି ତା /୧୨/୦୧/ ୨୧  ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ ଆୟୁକ୍ତ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଯାହାର  ପତ୍ର ସଂଖ୍ୟା -୨୦୨,ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି  ଏଭଳି  | ବିସ୍ତୃତ ଚିଠିଟି ତଳକୁ ସଂଲଗ୍ନ କରାଗଲା |

ଶୁଦ୍ଧି ପାଠକ /ଦର୍ଶକ ବୃନ୍ଦ ଏଠାରେ କହି ରଖୁଛୁ ରାଜ୍ୟ ସରକାରଙ୍କର “ଆହାର” ପରିକଳ୍ପନା ତାମିଲନାଡୁ ର ପୂର୍ବତନ  ମୁଖ୍ୟମନ୍ତ୍ରୀ ଜୟରାମ ଜୟଲଳିତା ଙ୍କ ଭୋଜନ ଯୋଜନା  ତାମିଲ ଭାଷାରେ  “ଆମ୍ମା ଉନାଭଗମ”  ଯାହାର ଓଡ଼ିଆ ଭାଷାନ୍ତର ” ମା’ ଭୋଜନାଳୟ ” ଠାରୁ ଆସିଛି | ଜୟଲଳିତାଙ୍କ ଏହି ନିଆରା ଭୋଜନ ଯୋଜନା କୁ  ଓଡିଶା ସମେତ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମଧ୍ୟ ଅନୁକରଣ କରିଛନ୍ତି | ଓଡ଼ିଶାରେ “ଆହାର” ପରି କର୍ଣ୍ଣାଟକରେ  “ଇନ୍ଦିରା କ୍ୟାଣ୍ଟିନ” ନାମରେ ଜନସାଧାରଣଙ୍କୁ ସୁଲଭ ଭୋଜନର ସୁବିଧା  ମିଳୁଛି | ଦିନ ଏଗାର ରୁ ତିନି ଟା ଭିତରେ  ଆହାରରେ ୫ ଟଙ୍କାରେ  ଭାତ ଡାଲମା ଓ ଆଚାର ମିଳୁଥିବା ବେଳେ ତାମିଲନାଡୁର “ମା ଭୋଜନାଳୟରେ ”  ସକାଳରେ ଇଟିଲି ,ସମ୍ବର , ମଧ୍ୟାନ୍ନରେ ଦହି ଭାତ ,ପୋଙ୍ଗଲ ,ଲେମନ ରାଇସ,କରି ଲିଫ ରାଇସ ,ଏବଂ ରୁଟି ଉପଲବ୍ଧ ହୋଇଥାଏ  |ଯାହାର ମୂଲ୍ୟ ଇଟିଲି- ସମ୍ବର  ୦୧ ଟଙ୍କା ,ସମ୍ବର ଭାତ ୫ ଟଙ୍କା ,କରି ଲିଫ ରାଇସ ୫ ଟଙ୍କା  ,ଏବଂ ଦହି ଭାତ ୩ ଟଙ୍କା | ସେହିପରି କର୍ଣ୍ଣାଟକର ଇନ୍ଦିରା କ୍ୟାଣ୍ଟିନରେ ସକାଳ ଜଳଖିଆ ରେ ଇଟିଲି, ନଡ଼ିଆ ଚଟଣି , ମଧ୍ୟାନ୍ନ ଓ ରାତ୍ରି ଭୋଜନ ରେ ସମ୍ବର ରାଇସ , ଦହି ଭାତ ଓ ବିଲାତି ଖଟା ଦିଆଯାଉଛି |                                                                                       ଓଡ଼ିଶାରେ ୦୧ ଏପ୍ରିଲ ୨୦୧୫ ଉତ୍କଳ ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସହରରେ ବସବାସ କରୁଥିବା ଅନୁନ୍ନତ ଓ ଅଭାବୀ ଜନସାଧାରଣଙ୍କୁ ସୁଲଭ ରନ୍ଧା ଖାଦ୍ୟ ଦେବାପାଇଁ ଆହାର ଯୋଜନା ଆରମ୍ଭ କରିଥିଲେ |ଓଡିଶା ଖଣି ନିଗମ ର ଆର୍ଥିକ ସହାୟତାରେ ପ୍ରଥମ ପର୍ଯାୟରେ ପରୀକ୍ଷାମୂଳକ ଭାବେ ଏହା ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା ଏବଂ କଟକ ରେ ୨୧ ଟି ସ୍ଥାନରେ ଏହାର କେନ୍ଦ୍ର ଖୋଲା ଯାଇଥିଲା |ଏବେ ଏହା ବର୍ଦ୍ଧିତ ହୋଇ ଓଡ଼ିଶାର ୩୦ଟି ଜିଲ୍ଲାର ୭୩ ଟି ସହରରେ ୧୦୦ କେନ୍ଦ୍ର ଖୋଲାହୋଇଛି |ଏହାକୁ ଜନଗହଳି ପୂର୍ଣ୍ଣ ଡାକ୍ତରଖାନା ,ବସ ଷ୍ଟାଣ୍ଡ ,ରେଳ ଷ୍ଟେସନ ଭଳି ସ୍ଥାନରେ ଖୋଲାଯାଇଛି | ଏବେ  ଡାକ୍ତରଖାନା ପାଖାପାଖି  ଥିବା  ୫୪  ଟି ଆହାର କେନ୍ଦ୍ରରେ ରାତ୍ରି ” ଆହାର” ବ୍ୟବସ୍ଥା କରାଗଲାଣି ଏହାର ସମୟ ସନ୍ଧ୍ୟା ୭ ରୁ ୯ ରଖାଯାଇଛି  |ଯାହା ଡାକ୍ତରଖାନାକୁ ଆସୁଥିବା ଅସହାୟ ରୋଗୀ ମାନଙ୍କୁ ସହାୟକ ହେବ  ବୋଲି ସୂଚନ ରହିଛି | ଏସବୁ ଭିତରେ  ଜାନୁୟାରୀ ୭ ତାରିଖରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  “ଅନ୍ନପୂର୍ଣ୍ଣା” ନାମକ ଏକ ଯୋଜନା ଆରମ୍ଭ କରିଛନ୍ତି |ଏହା ସାଂସଦଙ୍କ ମାନସ ସନ୍ତାନ ବୋଲି ଶୁଣିବାକୁ ମିଳୁଛି | ସୋ .ଆମ .ଆଇ ଫାଉଣ୍ଡେସନ ,ଉମେଶ ଖଣ୍ଡେଲୱାଲ ଟ୍ରଷ୍ଟ ,ୟୁଥ ଫର ଆକ୍ସନ ଓ ଆର୍ଟ ଅଫ ଲିଭିଂ ର ମିଳିତ ଉଦ୍ୟମରେ କାର୍ଯ୍ୟ କରୁଛି |  ଏବେ ଏହା ପରୀକ୍ଷା ମୂଳକ ଭାବେ ରାଜଧାନୀ ଭୁବନେଶ୍ୱର ରେ ଚାଲୁଛି |ଆଗାମୀ ଦିନରେ ଏହା ସୁଦୂର ପ୍ରସାରୀ ହେବ ବୋଲି ସୂଚନା ରହିଛି | ପ୍ରାଥମିକ ପର୍ଯ୍ୟାୟରେ ୨୦୦ ଲୋକଙ୍କ ପାଇଁ  ରନ୍ଧା ଖାଦ୍ୟ ର ବ୍ୟବସ୍ଥା ହୋଇଛି | ଏଥିପାଇଁ ଭୁବନେଶ୍ୱର ର ବିଭିନ୍ନ ସ୍ଥାନକୁ ଯାଇ ଏକ ସର୍ଭେ  ହୋଇଛି ଯେଉଁ ମାନେ ଅସହାୟ ଅବସ୍ଥାରେ ଭୋକିଲା ରହୁଛନ୍ତି ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ବୋଲି ଅନ୍ନପୂର୍ଣ୍ଣାର ମୁଖ୍ୟ ଉପଦେଷ୍ଟା ଅପରାଜିତା ଷଡ଼ଙ୍ଗୀ  ସୂଚନା ଦେଇଛନ୍ତି | ପ୍ରଥମେ ଏହା ମାଗଣାରେ ଉପଲବ୍ଧ ହେବାର ଯୋଜନା ଥିବାବେଳେ ମହାନଗର ନିଗମର ଚିଠି ପରେ ଏହାର ମୂଲ୍ୟ ଏକ ଟଙ୍କା ରଖା ଯାଇଛି | ସାଧାରଣରେ ଚର୍ଚ୍ଚା ଜୋର ଧରିଛି ହଠାତ ଏ ଚିଠି  ଟି କଣ ବାର୍ତ୍ତା ଦେଉଛି ? ଆଗରୁ  ଭୁବନେଶ୍ୱର କୁ ଭିକ୍ଷାମୁକ୍ତ କରିବା ପାଇଁ ସମସ୍ତ ଯୋଜନା ଠିକ ଥିଲା କିନ୍ତୁ ଅପରାଜିତାଙ୍କ  ଅନ୍ନପୂର୍ଣ୍ଣା ଆସିଲା ପରେ ଭିକ୍ଷାଯୁକ୍ତ ହେବାପାଇଁ  ପ୍ରୋତ୍ସାହନ ମିଳିଲା ?  କେବଳ  “ଆହାର” ଯୋଜନା  ବେଳେ ସବୁ ଠିକ ଥିଲା ? କଣ  ଅନ୍ନପୂର୍ଣ୍ଣା ବିଗାଡି ଦେଲା ? ଏହାବାଦେ ସାଧାରଣ ଭାବେ ମନରେ ଗୋଟିଏ ବିଚାର ଆସୁଛି।  ଆମ ହିନ୍ଦୁ ଧର୍ମରେ ଦାନ ପରମ୍ପରାର ବିଶ୍ୱାସ ରହିଛି, ଅସହାୟ, ଗରିବ ଓ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କୁ ମାଗଣାରେ ଖାଦ୍ୟ ଦେଲେ ପୁଣ୍ୟ ଅର୍ଜନ ହୁଏ। ଏଥିପାଇଁ ଲୋକେ ବିଭିନ୍ନ କ୍ରିୟା କର୍ମ ତଥା ବାହାଘର, ବ୍ରତ, ଜନ୍ମଦିନ ଓ ଶ୍ରାଦ୍ଧ କର୍ମରେ ମାଗଣା ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରନ୍ତି। ଏଥିପାଇଁ ଭୁବନେଶ୍ୱରର ବିନ୍ଦୁ ସାଗରଠାରୁ ଆରମ୍ଭ କରି ରାମମନ୍ଦିରରେ ଅଧିକ ଭିଡ଼ ଜମେ ।                                                                                                                      ଏବେ ପ୍ରଶ୍ନ ଉଠୁଛି ଯଦି କେହି ଜଣେ ତାଙ୍କ ସମ୍ପର୍କୀୟଙ୍କ ଶ୍ରାଦ୍ଧ କର୍ମରେ କାହାକୁ ମାଗଣା ବାଣ୍ଟିବାକୁ ଇଚ୍ଛା କରନ୍ତି ତାଙ୍କୁ କ’ଣ ବିଏମସି ପାଖରୁ ଅନୁମିତି ନେବାକୁ ପଡ଼ିବ? ବିଏମସି ପକ୍ଷରୁ ଜାରି ହୋଇଥିବା ନୋଟିସ୍‌ରେ ଏହାର ସ୍ପଷ୍ଟ ଉତ୍ତର କିନ୍ତୁ ନାହିଁ। ଏମିତି ବି ଦେଖିବାକୁ ଗଲେ ଉତ୍ସବ, ପୂଜା ପର୍ବକୁ  ଆଳ କରି ନେତାମନ୍ତ୍ରୀଙ୍କ ଠାରୁ ଅଧିକ କେହି ବାଣ୍ଟପାରନ୍ତି ନାହିଁ ।ସାମାଜିକ କାର୍ଯ୍ୟ କରୁଥିବା ଅନୁଷ୍ଠାନ ମାନଙ୍କୁ ଏହା ଶକ୍ତ ଚଟକଣୀ ନୁହେଁ ତା ଆଉ କଣ ?  ସାମାଜିକ ସେବା କରିବାକୁ ଅନୁମତି  ଦରକାର ଉଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଏହା ଜଙ୍ଗଲ ରାଜ ନୁହେଁ ତ ? ଏ ରାଜ୍ୟକୁ କିଏ ମାଗଣାଖିଆ ଓ ଛତ୍ରଖିଆ କରିଛି ଏହାର ଉତ୍ତର ହୁଏତ ବିଜେପି ନେତା ଖାରବେଳ ସ୍ୱାଇଁଙ୍କ ଠାରୁ ଆଉ କେହି ଅଧିକ କହି ପାରିବେ ନାହିଁ। ଯାହା ସେ ବୁଲି ବୁଲି ପ୍ରଚାର କରନ୍ତି   |ସବୁ  ଯୋଜନା ଚାଲୁ |ସମସ୍ତ ଯୋଗ୍ୟ ହିତାଧିକାରୀ ସେ ଯୋଜନାର ଲାଭ ନିଅନ୍ତୁ |କିନ୍ତୁ କେତେଦିନ ଏଭଳି ମାଗଣା ରେ ମାଗଣାରେ ସବୁ ଚାଲିବ ,କଥାରେ ଅଛି ମାଗିଆଣିଲା ତିଅଣ ସଡକେ !ତେଣୁ ଓଡ଼ିଶାରେ ନିଯୁକ୍ତି ଦରକାର .ଓଡ଼ିଆପୁଅ ନିଜ ଘର ପାଖରେ ସପରିବାର ରହି ସ୍ୱାବଲମ୍ବୀ ହେବାକୁ ଚାହୁଁଛି |ଶେଷରେ ଗୋଟିଏ କଥା ଭୋଟ ନିଅ  ଚାଉଳ ନୁହେଁ ଚାକିରୀ ଦିଅ  | ଏ ସବୁ ଭିତରେ ଜନମାନସରେ  ଗୋଟିଏ କଥା ଘୁରି ବୁଲୁଚି  ଆହାର ଅନ୍ନପୂର୍ଣ୍ଣା ଲଢେଇ ,ବାଜି ବିଜୟୀ କିଏ ?   ଏ ବିଚାର ଆପଣମାନଙ୍କର …………

LEAVE A REPLY

Please enter your comment!
Please enter your name here

- Advertisment -

Most Popular