ନୂଆଦିଲ୍ଲୀ : ପୁନେର ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ନୂଆ ପ୍ଲାଣ୍ଟରେ ନିଆଁ ଲାଗିଥିଲା। ଦୀର୍ଘ ସମୟ ଧରି ଦମକଳବାହିନୀ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ଏବେ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡ଼ିଛି। ଏହି ପ୍ଲାଣ୍ଟରେ କିଛି ଦିନ ମଧ୍ୟରେ କରୋନା ଟିକା କୋଭିସିଲ୍ଡ ପ୍ରସ୍ତୁତି ଆରମ୍ଭ ହୋଇଥାନ୍ତା। ତେବେ ଏହି ଅଗ୍ନିକାଣ୍ଡରେ ୫ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ସେପଟେ ଅଗ୍ନିକାଣ୍ଡ ମାମଲାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତଦନ୍ତ ନିର୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ଯେ, ନିଆଁକୁ ଆୟତ୍ତ କରାଯାଇଛି। ପ୍ଲାଣ୍ଟର କୋଭିଡ ଭ୍ୟାକ୍ସିନ୍ ୟୁନିଟ୍ରେ ନିଆଁ ଲାଗିନଥିଲା। ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ନଗର ନିଗମ ଆୟୁକ୍ତଙ୍କ ସହ ଆଲୋଚନା କରିଛନ୍ତି। ନିଆଁକୁ ଆୟତ୍ତ କରାଯାଇଛି। ୬ ଜଣଙ୍କୁ ଉଦ୍ଧାର କରାଯାଇଛି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0