ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ଜିତିବା ପରେ ସ୍ୱଦେଶକୁ ପ୍ରତ୍ୱାବତ୍ତନ କରିଛି ଭାରତୀୟ ଦଳ । ବିମାନ ବନ୍ଦରରେ ଓହ୍ଲାଇବା ମାତ୍ରେ ସେ ସିଧାସଳଖ ନିଜ ପିତାଙ୍କ କବର ସ୍ଥଳରେ ପହଞ୍ଚି ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ସିରାଜଙ୍କ ପିତା ମହମ୍ମଦ ଗୋସଙ୍କ ନଭେମ୍ଵର ୨୦ରେ ପରଲୋକ ଘଟିଥିଲା। ଏହାର ଗୋଟିଏ ସପ୍ତାହ ପୂର୍ବରୁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ପହଞ୍ଚିଥିଲା। କରୋନା ପ୍ରଟୋକଲ କାରଣରୁ ସିରାଜ ଅନ୍ତିମ ସଂସ୍କାର ପାଇଁ ସ୍ଵଦେଶ ଫେରି ପାରିନଥିଲେ। ଏହା ପରେ ବି ଅଷ୍ଟ୍ରେଲିଆରେ ତାଙ୍କର ପ୍ରଦର୍ଶନ ଦମଦାର ରହିଥିଲା । ଅଷ୍ଟ୍ରେଲିଆରେ ଭାରତକୁ ୨-୧ରେ ସିରିଜ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମହମ୍ମଦ ସିରାଜ ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0