ସମ୍ବଲପୁର: ଚାଷୀ ସମସ୍ୟା ନେଇ ସମ୍ବଲପୁରରେ ଆନ୍ଦୋଳନ ପରେ ଗତକାଲି ଗିରଫ ହୋଇଥିବା ବିଜେପି ନେତାମାନେ ଟାଉନ ଥାନାରେ ରାତି କାଟିଛନ୍ତି। ଏଣେ ଆଜି ସକାଳେ ଶହଶହ ବିଜେପି କର୍ମୀ ସମ୍ବଲପୁର ଟାଉନ ଥାନାର ଫାଟକ ଭାଙ୍ଗି ଧସେଇ ପଶିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଛି। ମହିଳା ବିଜେପି କର୍ମୀ ଢେଲା ପଥର ମାଡ଼ କରିଛନ୍ତି। ଅପରପକ୍ଷରେ କର୍ମୀମାନଙ୍କୁ ଶାନ୍ତ କରିବା ଲାଗି ବିଜେପି ନେତୃବୃନ୍ଦ ବୁଝାଇଛନ୍ତି। ଆର୍ଡିସି ସେମାନଙ୍କୁ ନଭେଟିବା ଓ ଦାବିପତ୍ର ଗ୍ରହଣ ନକରିବା ପ୍ରତିବାଦରେ ଗିରଫ ହୋଇ ଆସିଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ବିଜେପି ସହ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ବିଜୟପାଲ ସିଂହ ତୋମାର, ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସମେତ ବିଜେପି ନେତୃବୃନ୍ଦଙ୍କ ସହ ବହୁ ନେତା ଓ କର୍ମୀ ସମ୍ବଲପୁର ଟାଉନ ଥାନାରେ ଧାରଣାରେ ବସି ରହିଥିଲେ। ଆର୍ଡିସି ଆସି ଆଲୋଚନା ନ କରିବା ପର୍ୟ୍ୟନ୍ତ ସେମାନେ ସେଠାରୁ ଉଠିବେ ନାହିଁ ବୋଲି ଜିଦ ଧରିଥିଲେ। ରାତି ପର୍ୟ୍ୟନ୍ତ ସେମାନେ ବସି ରହିଥିଲେ। ତେବେ ରାଜ୍ୟ ସରକାରଙ୍କ ଏକଚାଟିଆ ନୀତିରେ ବିଜେପି ଦବି ଯିବନାହିଁ। ମଣ୍ଡିରୁ ଚାଷୀଙ୍କ ଶେଷ ମୁଠା ଧାନ ନ ଉଠିବା ଯାଏ ଆମ ଆନ୍ଦୋଳନ ଜାରି ରହିବ ବୋଲି ସେ ଘୋଷଣା କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0