ଭୁୁବନେଶ୍ୱର: ଦିଲ୍ଲୀରେ ଗୋଟିଏ କାର ୬ଘଣ୍ଟା ପାଇଁ ପାର୍କିଂ କଲେ ୩୦ଟଙ୍କା ପାର୍କିଂ ଫି’ ଦେବାକୁ ପଡ଼ୁଛି । କିନ୍ତୁ ଭୁବନେଶ୍ବରରେ ଯଦି ଜଣେ ଗୋଟିଏ କାର ୬ଘଣ୍ଟା ପାର୍କିଂ କରିବ, ତେବେ ୯୬ଟଙ୍କା ଦେବାକୁ ପଡ଼ିବ । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହି ନିୟମ ଆଜିଠାରୁ କଡ଼ାକଡ଼ି ଲାଗୁ କରାଯାଇଛି। ବିଏମସିର ନିଲାମ ହୋଇଥିବା ପ୍ରାୟ ୧୦ଟି ପାର୍କିଂ ପ୍ୟାକେଜ ଅଞ୍ଚଳରେ ଏହି ନିୟମ ଲାଗୁ ହୋଇଛି । ବିଏମସିର ନୂଆ ପାର୍କିଂ ନୀତି ଅନୁଯାୟୀ, ୪ଟି ସ୍ଲାବରେ ପାର୍କିଂ ଫି’ ଧାର୍ୟ୍ୟ ହୋଇଛି। ୫ଘଣ୍ଟାରୁ ଅଧିକ ସମୟ ଗାଡ଼ି ପାର୍କିଂ କଲେ ଘଣ୍ଟା ପ୍ରତି ୨୦% ଅଧିକ ଫି’ ଦେବାକୁ ପଡ଼ିବ । ଯେତେ ଘଣ୍ଟା ବଢ଼ିବ ସେତେ ଫି’ ବଢ଼ିବ । ଦିଲ୍ଲୀ, କୋଲକତା ଭଳି ମେଟ୍ରୋ ସହରରେ ପାର୍କିଂ ଫି’ ବହୁତ କମ ଥିବାବେଳେ ଭୁବନେଶ୍ବରରେ ଏହାର ପ୍ରାୟ ଦୁଇଗୁଣା ଅଧିକ ଆଦାୟ କରାଯାଉଛି । ଏପରିକି ମେଟ୍ରୋ ସହରଗୁଡ଼ିକରେ ଭୁବନେଶ୍ବର ତୁଳନାରେ ଅଧିକ ଗାଡ଼ି ଯାତାୟତ କରୁଥିବାବେଳେ ଅଧିକ ଲୋକ କାର ଓ ବାଇକ ବ୍ୟବହାର କରୁଛନ୍ତି । ମେଟ୍ରୋ ସହରରେ ପାର୍କିଂ ଫି’ ଆଦାୟ ପାଇଁ ୬ଘଣ୍ଟିଆ ସ୍ଲାବ ଥିବାବେଳେ ଭୁବନେଶ୍ବରରେ ଘଣ୍ଟିକିଆ ସ୍ଲାବ କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0