ବୌଦ୍ଧ: ଆଜି ସକାଳେ କଣ୍ଟାମାଳ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ବସରେ ଚଢ଼ିବା ବେଳେ ଗୋଡ଼ ଖସି ତଳେ ପଡ଼ିଯିବାରୁ ଜଣେ ଯାତ୍ରୀଙ୍କ ମୁଣ୍ଡ ଉପରେ ବସ୍ ଚକ ଚାଲିଯିବାରୁ ଜଣେ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ କଣ୍ଟାମାଳ ଠାରୁ ଫୁଲବାଣୀ ଯାଉଥିବା ଘରୋଇ ବସ ମା ମଙ୍ଗଳାରେ କୌଣସି କାମରେ ଯାତ୍ରା କରିବା ବେଳେ କଣ୍ଟାମାଳ – ଘଣ୍ଟାପଡ଼ା ରାସ୍ତାର କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଉଦେପୁର ଛକ ଠାରେ ଆଜି ସକାଳ ପ୍ରାୟ ସାଢେ ୭ଟା ସମୟରେ ଜଣେ ଯାତ୍ରୀ ଚଢୁଥିବା ସମୟରେ ଗୋଡ଼ ଖସି ପଛ ଚକାରେ ମୁଣ୍ଡ ଚାପି ହେଇଯିବା ଫଳରେ ଘଟଣାସ୍ଥଳରେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯାତ୍ରୀଜଣକ ସ୍ଥାନୀୟ ଉଦେପୁର ଗ୍ରାମର ଖଗେଶ୍ୱର କହଁର ବୋଲି ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳକୁ କଣ୍ଟାମାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0