ପୁରୀ : ଏକ ଆପାଚି ଗାଡ଼ିକୁ ଚଳାଇ ଯାଉଥିବା ଜଣେ ନାବାଳକକୁ ଅଟକାଇ ପୁରୀ ଟ୍ରାଫିକ ପୁଲିସ ୨୫ ହଜାର ଟଙ୍କାର ଜରିମାନା କାଟିଛି । ଏହି ଅର୍ଥକୁ ନାବାଳକର ଅଭିଭାବକ କୋର୍ଟରେ ଜମା ଦେବା ପରେ ସେ ତାଙ୍କ ଗାଡ଼ିଟିକୁ ଫେରିପାଇବେ ବୋଲି ପୁଲିସ କହିଛି। କୁମ୍ଭାରପଡ଼ା ଥାନା ଇଲାକାରେ ରହୁଥିବା ଗଞ୍ଜାମ ଅଞ୍ଚଳର ଜନୈକ ନାବାଳକ ଆପାଚି ଗାଡ଼ିକୁ ଚଳାଇ ବଳଗଣ୍ଡି ଛକପଟୁ ଡାକ୍ତରଖାନା ଛକ ଦେଇ ଯାଉଥିଲେ। ଏହି ସମୟରେ ଟ୍ରାଫିକ ଏଏସଆଇ ବିଜୟ କୁମାର ପାଇକରାୟ ଏହି ନାବାଳକକୁ ଅଟକାଇଥିଲେ। ନାବାଳକଙ୍କୁ ଡ୍ରାଇଭିଂ ଲାଇସେନ୍ସ ମାଗିବାରେ ସେ ଏହା ଦେଖାଇ ପାରିନଥିଲେ। ଯାଞ୍ଚ କରିବାରେ ତାଙ୍କ ପାଖରୁ ମିଳିଥିବା ଆଧାର କାର୍ଡରେ ତାଙ୍କର ବୟସ ୧୬ ବର୍ଷ ହୋଇଥିବା ଜଣାପଡ଼ିଥିଲା। ନୂତନ ଟ୍ରାଫିକ ନିୟମାନୁଯାୟୀ ଟ୍ରାଫିକ ପୁଲିସ ଜରିମାନା ଆଦାୟ କରିବା ଆଇନ ସମ୍ମତ ହୋଇନଥିବାରୁ ସେମାନେ ଏହାକୁ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟକୁ ପଠାଇ ଦେଇଥିଲେ। ଏହି ନାବାଳକ ବିରୋଧରେ ଟିଏସଆଇ ସୁଶାନ୍ତ ପାତ୍ର ମୋଟରଯାନ ଆଇନ ବଳରେ ୨୫ ହଜାର ଟଙ୍କା ଜରିମାନା ଇ-ଚାଲାଣ କାଟିଥିଲେ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0