କଟକ: ୨୦୨୧ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ନିମନ୍ତେ ବିଭିନ୍ନ ବିଷୟର ପରୀକ୍ଷା ପଦ୍ଧତି ଓ ନମ୍ବର ଆବଣ୍ଟନ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ବୋର୍ଡ ବିଜ୍ଞପ୍ତି ଜାରି କରିଛି। ଏଥିସହ ୨୦୨୧ ମଧ୍ୟମା ପରୀକ୍ଷା ପଦ୍ଧତି ନିମନ୍ତେ ମଧ୍ୟ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ପୁରାତନ ଓ ନୂତନ ପାଠ୍ୟକ୍ରମର ପରୀକ୍ଷାର୍ଥୀଙ୍କୁ ଭିତ୍ତି କରି ସାଧାରଣ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନ ବିଷୟରେ ଦୁଇ ପ୍ରକାରର ପ୍ରଶ୍ନପତ୍ର ଆସିବ ବୋଲି ଏହି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପୁରୁଣା ପାଠ୍ୟକ୍ରମର ପ୍ରଶ୍ନପତ୍ର ‘ଏଚଏସସି’ ଏବଂ ‘ଏସଓଏସସି’ ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ନୂଆ ପାଠ୍ୟକ୍ରମର ପ୍ରଶ୍ନପତ୍ର ‘ଏଚ୍ଏସ୍ସି’ ଏବଂ ‘ଏସଓଏସସି’ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉଦ୍ଦିଷ୍ଟ। ଏହା ବ୍ୟତୀତ ୨୦୨୧ ବାର୍ଷିକ ‘ଏଚଏସସି’ ଏବଂ ‘ଏସଓଏସସି’ ପରୀକ୍ଷା ନିମନ୍ତେ ବାକି ସମସ୍ତ ବିଷୟର ପ୍ରଶ୍ନାବଳୀ ସବୁ ବର୍ଗର ପରୀକ୍ଷାର୍ଥୀଙ୍କ ପାଇଁ ଏକପ୍ରକାରର ରହିବ। ୨୦୨୧ ମଧ୍ୟାମା ପରୀକ୍ଷା ନିମନ୍ତେ ଭିନ୍ନ ଭିନ୍ନ ବର୍ଗର ପରୀକ୍ଷାର୍ଥୀଙ୍କ ନିମନ୍ତେ ସମସ୍ତ ବିଷୟର ପ୍ରଶ୍ନାବଳୀ ସମାନ ରହିବ। WWW.bseodisha.ac.in େଓ୍ଵବସାଇଟରୁ ପ୍ରଶ୍ନାବଳୀର ନମ୍ବର ବଣ୍ଟନ ଏବଂ ନମୁନା ପ୍ରଶ୍ନପତ୍ର ଡାଉନଲୋଡ କରାଯାଇ ପାରିବ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0