ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଞ୍ଚଳରେ ପ୍ରଥମ ପର୍ୟ୍ୟାୟ ଟୀକାକରଣ ଶେଷ ହୋଇଛି l ଗୁରୁବାର ଦିନ ଭିଙ୍ଗାରପୁର ଓ ବାଲିଅନ୍ତା ସେକ୍ଟର ଅଞ୍ଚଳରେ କୋଭିଡ ଟୀକା ପ୍ରଦାନ କରାଯାଇଥିଲା l ଉକ୍ତ ସେକ୍ଟର ଅଧୀନରେ ଥିବା ୧୦ଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ଡାକ୍ତରଙ୍କ ସମେତ ହସ୍ପିଟାଲ କର୍ମଚାରୀଙ୍କୁ ମିଶାଇ ୧୭୦ ଜଣ ଟୀକା ନେଇଥିଲେ l ଭିଙ୍ଗାରପୁର ଓ ବେଣୁପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ବଣ୍ଟନ ହୋଇଥିଲା l ସରକଣା ସେକ୍ଟର ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ବାଳକାଟି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକା ନେଇଥିଲେ l ବାଳକାଟୀ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀ ଦୁଇକେନ୍ଦ୍ର ପରିଦର୍ଶନ କରି ଟୀକାକରଣ କାର୍ୟ୍ୟ ତଦାରଖ କରିଥିଲେ l ଅପରାହ୍ନ ୪ଟା ପର୍ୟ୍ୟନ୍ତ ଟୀକାକରଣ ଚାଲିଥିଲା l ଏହା ପୂର୍ବରୁ ବାଳକାଟୀ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୩୦ ଜଣ ଟୀକା ନେଇଥିଲେ l ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶିବିରରେ ସଂପୃକ୍ତ କର୍ମଚାରୀମାନେ ପୁଣି ଦ୍ୱିତୀୟ ଡୋଜ ଟୀକା ନେବେବୋଲି ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି l



Visitors Today : 2
Total Visitors : 130168
Total Views : 9891613
Visitors Online Now : 0