ଭୁବନେଶ୍ୱର: ଏମ୍ସରେ ଚାକିରି ଦେବାକୁ କହି ଠକିଥିବା ଅଭିଯୋଗ । ଠକେଇ ଉଦ୍ୟମ କରୁଥିବା ବେଳେ ଦୁଇ ମହିଳା ନର୍ସକୁ ରେଡ଼୍ ହ୍ୟାଣ୍ଡ ଧରିଛି ପୋଲିସ । ଦୁଣଜଣଙ୍କୁ ଅଟକ ରଖିଲା ଏୟାରଫିଲ୍ଡ ଥାନା ପୋଲିସ । କୋଳଥିଆରେ ଟଙ୍କା ନେବାକୁ ଡ଼ାକିଥିଲେ ଦୁଇଜଣ ନର୍ସ । ଦୁଇଜଣ ନର୍ସ ଘରୋଇ ହସପିଟାଲରେ ଷ୍ଟାଫ ନର୍ସ ଚାକିରି କରନ୍ତି । ଚାକିରି ପାଇଁ ୨ ଲକ୍ଷ ଦେବାକୁ କହିଥିଲେ । ଗତ ୨୪ ତାରିଖରେ ୧ଲକ୍ଷ ୫୦ ହଜାର ନେଇଥାନ୍ତେ । କିନ୍ତୁ ଅଧା ଟଙ୍କା ଦେଇଥିବା ବେଳେ ଆଜି ଆଉ ବାକି ଟଙ୍କା ନେବାକୁ ଆସିଥିଲେ । ଏଥିପାଇଁ କୋଳଥିଆରେ ଟଙ୍କା ନେବାକୁ ଡାକିଥିଲେ ଦୁଇ ଜଣନର୍ସ । ଏ ନେଇ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ନିଜ ହେପାଜତକୁ ନେଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0