ରାଜ୍ୟରେ ଏବେ ମୈାସୁମୀ ଦୁର୍ବଳ ହେବା ବେଳେ ଖରାର ପ୍ରଭାବ ବଢିବାରେ ଲାଗିଛି । ଆସନ୍ତା ଦୁଇ ରୁ ତିନି ଦିନ ଭିତରେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ତେବେ ୨୮ ତାରିଖରୁ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଏହା ପରେ ଧୀରେ ଧୀରେ ବର୍ଷାର ପରିମାଣ ବଢିବ ବୋଲି ଅନୁମାନ କରଯାଉଛି । ମୈାସୁମୀ ଟ୍ରଫ୍ ଏବେ ଉତ୍ତର ଆଡକୁ ଗତି କରୁଥିବାରୁ ଆସନ୍ତା ୨ରୁ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୈାସୁମୀ ଦୁର୍ବଳ ରହିବ । ୨୬ ତାରିଖ ଓ ୨୭ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହେବ ବୋଲି ସମ୍ଭାବନା ରହିଛି । ୨୮ ତାରିଖ ଦିନ ସୁନ୍ଦରଗଡ , ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ, ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତେବେ ଭୁବନେଶ୍ୱର ଓ କଟକରେ ପାଗ ମେଘୁଆ ରହିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0