ଆନନ୍ଦପୁର: ସୋସିଆଲ୍ ମିଡ଼ିଆ ଫେସବୁକ୍ ଦେଖି ଦେବଦୂତ ସାଜିଲେ ଦୀପକ । ରକ୍ତ ହିନତାର ରୋଗରେ ଆକ୍ରାନ୍ତ ମହିଳା ରକ୍ତ ଦେଇ ଜୀବନ ରକ୍ଷାକଲେ । ଆନନ୍ଦପୁର ବ୍ଲକ କୋଡପଡା ପଞ୍ଚାୟତ ଯୋରାଗଡିଆ ଗ୍ରାମର ମଇନା ସିଂ (୪୦) ବର୍ଷ ମହିଳା ରକ୍ତ ହିନତାର ଶିକାର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ତାଙ୍କ ହିମୋଗ୍ଲୋବିନ ମାତ୍ର ୨ ପ୍ରତିଶତ ଥିବାବେଳେ ସବୁଠାରୁ ବିରଳ ରକ୍ତ ଇଈ ପଜିଟିଭ ବୋଲି ଜଣାପଡିଥିଲା । ରକ୍ତ ଭଣ୍ଡାରରେ ଏହି ରକ୍ତ ନଥିବା ବେଳେ ସେ ୩ ଦିନ ହେଲା ଆନନ୍ଦପୁର ଡାକ୍ତରଖାନାରେ ଅପେକ୍ଷାରେ ରହିଥିଲେ ରକ୍ତ ହିନତା ରୋଗର ଶିକାର ହୋଇ ଜଣେ ଗରିବ ଶ୍ରେଣୀର ମହିଳାଙ୍କୁ ତୁରନ୍ତ ରକ୍ତ ଦରକାର ବୋଲି ସ୍ବସ୍ତିକ ନିୟୁଜ୍ ସାମ୍ବାଦିକ ରବିନ୍ଦ୍ରନାଥ ହୋ ସୋସିଆଲ୍ ମିଡ଼ିଆ ପେସବୁକ୍ ରେ ପ୍ରକାଶ କରିବା ପରେ ଏହାକୁ ଦେଖି ଘଷିପୁରାର ସମାଜସେବୀ ଦୀପକ ଜେନା ସଙ୍ଗେ ସଙ୍ଗେ ଆନନ୍ଦପୁର ଡାକ୍ତରଖାନାରେ ପହଞ୍ଚି ଯୋରାଗଡିଆ ଗ୍ରାମ ମଇନା ସିଂଙ୍କ ରକ୍ତ ଦାନ କରି ଜୀବନ ବଞ୍ଚାଇବା ସହିତ ଅନ୍ୟ ମାନଙ୍କ ପାଇଁ ସେ ଏକ ଦେବଦୂତ ପାଲଟିଛନ୍ତି । ଦୀପକଙ୍କର ଏପରି କାର୍ୟ୍ୟକୁ ସାଧାରଣରେ ପ୍ରଶଂସିତ କରାଯାଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0