ଭୁବନେଶ୍ବର: ପ୍ରଥମ ଥର ପାଇଁ ବିଧାନସଭାର ପ୍ରଶ୍ନକାଳ ଅନଲାଇନରେ ଚାଲିବ। ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନୋତ୍ତର କାଳକୁ ପେପରଲେସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ବଜେଟ ଅଧିବେଶନରେ ସମସ୍ତ ବିଧାୟକ ଅନଲାଇନରେ ପ୍ରଶ୍ନ ପଚାରିବେ ଓ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଅନଲାଇନରେ ଦେବେ। ବିଧାୟକଙ୍କ ମୋବାଇଲକୁ ସିଧା ଉତ୍ତର ପଠାଇ ଦିଆଯିବ। ନାଭା ଆପ ଜରିଆରେ ବିଧାନସଭାରେ ପ୍ରଶ୍ନୋତ୍ତର ଅନଲାଇନରେ ହେବ ବୋଲି ବାଚସ୍ପତି ଡକ୍ଟର ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0