spot_img

ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନକୁ ଫେରିଲା ଆମେରିକା

ୱାଶିଂଟନ: ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନକୁ ଫେରିଲା ଆମେରିକା । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନରେ ନିଜ ଦେଶକୁ ପୁନର୍ବାର ଅନ୍ତର୍ଭୁକ୍ତ କଲେ ବାଇଡେନ । ଏନେଇ ବାଇଡେନ ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁଟେରସଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନକୁ ଆମେରିକା ପ୍ରାୟ ୪୫୦ ନିୟୁତ ଡଲାର ଆର୍ଥିକ ସହାୟତା ପ୍ରଦାନ କରିଆସୁଥିଲା ତାହା ପୁନର୍ବାର କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବାଇଡେନ । ତେବେ ଗତବର୍ଷ କରୋନା ମହାମାରୀ ମୁକାବିଲାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚୀନ ପ୍ରତି ପକ୍ଷପାତିତରକୁ ବିରୋଧ କରିଥିଲେ ତକ୍ରାଳୀନ ରାଷ୍ଟ୍ରପତି । ତକ୍ରାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍ଗଠନରୁ ଓହରି ଆସିବା ସହ ପାଣ୍ଠିଯୋଗାଣ ମଧ୍ୟ ବନ୍ଦ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular