ବ୍ରହ୍ମପୁର/କେନ୍ଦ୍ରାପଡ଼ା : ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ସୁନା ଦୋକାନ ଓ ମନ୍ଦିରରୁ ଚୋରି ହୋଇଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠରେ ଏକ ସୁନା ଦୋକାନରୁ ଚୋରି ହୋଇଛି। ଦୋକାନର କବାଟ ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଲୁଟି ନେଇଛନ୍ତି। ଭୋର ସମୟରେ ଏହି ଚୋରି ହୋଇଥିବା କୁହାଯାଉଛି। ନୂଆଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ କରିଛି। ତେବେ କେତେ ସୁନାଗହଣା ଚୋରି ହୋଇଛି, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0