କଟକ: କଟକରେ ଶିଳାନ୍ୟାସ ହେଲା ନେତାଜୀ ବସ ଟର୍ମିନାଲ । ଅତ୍ୟାଧୁନିକ ବସ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ, ଅନ୍ତର୍ଜାତୀୟ ସ୍ତରର ହେବ କଟକ ଏହି ବସ୍ ଟର୍ମିନାଲ । ଶନିବାର ନେତାଜୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତ କରି ସେଠାରେ ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି । ୧୧ ହଜାର ବର୍ଗ କିଲୋମିଟରରେ ଏହି ବସ ଟର୍ମିନାଲଟିର ନିର୍ମାଣ ହେବ । ଏଥିରେ ପାଖାପାଖି ୧୮୦ଟି ବସ୍ ଓ ୨୭୫ଟି କାର୍ ରହିପାରିବ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୬୫ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ବସ୍ ଟର୍ମିନାଲଟି ଅନ୍ତର୍ଜାତୀୟ ସ୍ତରର ହେବା ସହିତ ଏଠାରେ ନେତାଜୀଙ୍କ ଜୀବନୀ ଓ ଆଦର୍ଶ ବାବଦରେ ଜଣାଯିବ । ନେତାଜୀଙ୍କ ଆଦର୍ଶର ପ୍ରଚାର ପାଇଁ ଏଠାରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0