ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଦେଖିବାକୁ ମିଳିଥିଲା ହାତୀ ଆତଙ୍କ। ଦଳେଇପୁଟ ନିକଟରେ ୨ଟି ଦନ୍ତା ହାତୀ ରାସ୍ତା ଉପରେ ବୁଲୁଥିଲେ। ହାତୀ ଦୁଇଟିକୁ ଦେଖି ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଅଟକି ଯାଇଥିଲା। ଲୋକେ ଭୟଭୀତ ହୋଇଯାଇଥିଲେ। ତେବେ ହାତୀ ଦୁଇଟି କାହାର କିଛି କ୍ଷତି କରି ନାହାନ୍ତି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୨ଟି ଯାକ ହାତୀକୁ ଜରିପୁଟ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ। ଏହାପରେ ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0