spot_img

ଆଜି ପବିତ୍ର ଶାମ୍ବ ଦଶମୀ: ଶାମ୍ବ ଦଶମୀରେ ସୂର୍ୟ୍ୟ ପୂଜା କଲେ ପୂରଣ ହୋଇଥାଏ ମନୋସ୍କାମନା

ଆଜି ପବିତ୍ର ଶାମ୍ବ ଦଶମୀ । ଏହି ଅବସରରେ କୋଣାର୍କ ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ତେବେ ଘନ କୁହୁଡି ଯୋଗୁଁ ସୂର୍ୟ୍ୟ ଦୃଶ୍ୟମାନ ହେଉନଥିବାରୁ ରୀତିନୀତିରେ ପୂଜାର୍ଚ୍ଚନା ବିଳମ୍ବିତ ହୋଇଛି । ଆଜିର ଦିନରେ ଶ୍ରୀକୃଷ୍ଣଙ୍କ ପୂତ୍ର ଶାମ୍ବ ସୂର୍ୟ୍ୟଙ୍କୁ ଆରାଧନା କରି କୃଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । ତେଣୁ ଧର୍ମୀୟ ବିଶ୍ୱାସ ରହିଛି ଶାମ୍ବ ଦଶମୀରେ ସୂର୍ୟ୍ୟଙ୍କୁ ପୂଜା କରି ଅର୍ଘ୍ୟ ଦେଲେ ମନୋକାମନା ପୂରଣ ହୁଏ । ଏହାପରେ ଚିତାଲାଗି ଅମାବାସ୍ୟା ପର୍ୟ୍ୟନ୍ତ ପ୍ରାୟ ଛଅମାସ ପର୍ୟ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ । କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପନିପରିବା ପର୍ୟ୍ୟାପ୍ତ ପରିମାଣରେ ଉପଲବ୍ଧ ଥାଏ । ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular