ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରାକ୍ରମ ତଥା ଦେଶ ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ, ତ୍ୟାଗ, ବଳିଦାନ ଓ ସଂସ୍କାର ଯୁବପୀଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ ବୋଲି ଶନିବାର ନେତାଜୀଙ୍କ ୧୨୫ ତମ ଜୟନ୍ତୀ ତଥା ‘ପରାକ୍ରମ ଦିବସ’ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନ ଠାରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ସେ କହିଛନ୍ତି, ଭାରତବର୍ଷର ଅଦ୍ୱିତୀୟ ଜନଜାୟକ ତଥା ଭାରତର ସ୍ୱତନ୍ତ୍ର ସଂଗ୍ରାମର ଅଗ୍ରଣୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିଜକୁ ଗୌରବାନ୍ୱିତ ମନେ କରୁଛି । ନେତାଜୀଙ୍କ ସଂଘର୍ଷ, ବଳିଦାନ, ତ୍ୟାଗର ଗାଥାକୁ ଆଗକୁ ନେବା ପାଇଁ ଚଳିତବର୍ଷ ଠାରୁ ନେତାଜୀଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ଆଗାମୀ ଶତାବ୍ଦି ଶତାବ୍ଦି ଯାଏ ନେତାଜୀଙ୍କ ସଂଘର୍ଷ, ତ୍ୟାଗ, ବଳିଦାନ ଓ ତାଙ୍କ ବିଚାରଧାରାକୁ ଲୋକମାନେ ପଢ଼ିବା ସହ ପ୍ରେରିତ ହେବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0