ବାଲିଅନ୍ତା : ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିସôାଧୀନ ଥିବା ସ୍ଥାନୀୟ ଗୋତଳବିନ୍ଧା ଗ୍ରାମର ଯୁବ ଖବରକାଗଜ ବିତରକ ଭବାନୀ ଶଙ୍କର ମହାପାତ୍ର (୩୫) ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି । ପ୍ରକାଶ ଥାଉକି ଗତ ୧୭ ତାରିଖ ଦିନ ଅପରାହ୍ନରେ ଭବାନୀ ଖବରକାଗଜ ବାଟିଂସାରି ବାଇକ ଯୋଗେ ପୁରୁଣା ଜଗନ୍ନାଥ ପୂତ ବିଭାଗ ରାସ୍ତାପାଶ୍ୱର୍ରେ ଆୟୋଜିତ ହେଉଥିବା ବନ୍ଧୁମିଳନ ଭୋଜି ଖାଇବାକୁ ଯାଉଥିଲେ । ହେଲେ ଇନ୍ଦ୍ରପାଳ ସ୍ଥିତ ପୁରୀ କେନାଲ ବନ୍ଧ ରାସ୍ତାରୁ ନଦୀବନ୍ଧ ରାସ୍ତାକୁ ଉଠୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ବାଇକ ତାଙ୍କୁ ଧକ୍କା ଦେବାରୁ ସେ ଛିଟିକିପଡି ଗୁରୁତର ହୋଇପଡିଥିଲେ । ଭବାନୀଙ୍କ ପଛପଟ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ପ୍ରଚୁର ରକ୍ତ ଶ୍ରାବ ହେବାରୁ ସେ ବେହୋସ ହୋଇପଡିଥିଲେ । ଖବର ପାଇ ବାଲିଅନ୍ତା ପୁଲିସ ଦୁର୍ଘଟଣା ସ୍ଥଳରେ ପଂହଚି ଦୁଇ ବାଇକକୁ ଜବତ କରି ସ୍ଥାନୀୟ ଲୋକଙ୍କ ସହେଯାଗରେ ଗୁରୁତର ଭବାନୀଙ୍କୁ ଚିକିସôା ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା । ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ପୁଲିସ ଦୁର୍ଘଟଣା ଘଟାଇଥିବା ଦୁଇ ଯୁବକଙ୍କୁ ଥାନାକୁ ନେଇ ପରେ ଛାଡି ଦେଇଥିଲା । ହେଲେ ଶୁକ୍ରବାର ଦିନ ସକାଳେ ଭବାନୀଙ୍କର ମୃତ୍ୟୁ ହୋଇଯାଇଥିଲା । ଶୁକ୍ରବାର ସଂନ୍ଧ୍ୟାରେ ଭବାନୀଙ୍କ ମର ଶରୀର ବ୍ୟବଚ୍ଛେଦ ହେବାପରେ ସ୍ଥାନୀୟ ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିଲା । ମରଶରୀର ଦେଖିବା ନିମନ୍ତେ ସ୍ଥାନୀୟ ଅଂଚଳରୁ ଶତାଧିକ ଲୋକଙ୍କ ଭିଡ ଜମିଥିଲା । ଗାଁ ମଶାଣିରେ ଭବାନୀଙ୍କ ଅନ୍ତେଷ୍ଟି କ୍ରିୟା ଶେଷ ହୋଇଥିଲା । ଏହି ପରିପେକ୍ଷିରେ ବାଲିଅନ୍ତା ପ୍ରେସ କ୍ଲବ ସମେତ ଅନ୍ୟ ଅନୁଷ୍ଠାନ ତରଫରୁ ଭବାନୀଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରାଯାଇଛି । ୬୫ ବର୍ଷୀୟ ବୃଦ୍ଧ ଭଗବାନଙ୍କ ଏକମାତ୍ର ପୁତ୍ର ଭବାନୀ ଛୋଟବେଳୁ ହିଁ ଖବରକାଗଜ ବିତରଣ କରି ଆସୁଥିଲେ । ବାପାଙ୍କ ସହ ଖବର କାଗଜ ବିତରଣ କରି ପରିବାର ଗୁଜୁରାଣ ମେଂଟାଉଥିଲେ । ଭବାନୀଙ୍କ ମୃତ୍ୟୁ ରେ ତାଙ୍କ ବାପା , ମା’ , ବିଧବା ପତ୍ନୀ ଓ ଦୁଇ ଛୋଟପୁଅ ବେସାହାରା ହୋଇପଡିଛନ୍ତି । ଭବାନୀଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0