spot_img

ବାଇଡେନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୧୫୦ ଯବାନଙ୍କୁ କରୋନା

ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଟେନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୧୫୦ରୁ ଅଧିକ ସୁରକ୍ଷା କର୍ମୀ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ଚଳିତ ମାସ ୨୦ ତାରିଖରେ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଜୋ ବାଇଡେନ ଶପଥ ଗ୍ରହଣ କରିଥିଲେ । ଅନ୍ୟପଟେ ହ୍ୱାଇଟ୍ ହାଉସ୍ ବାହାରେ ଚେକ୍ ପଏଣ୍ଟ ଓ କଣ୍ଟା ତାର ଲଗାଯାଇଥିଲା । ଓ୍ୱାଶିଂଟନରେ ୨୫ ହଜାରରୁ ଅଧିକ ଯବାନଙ୍କୁ ମୁତୟନ କରାଯାଇଥିଲା । ଏହି ୨୫ ହଜାର ଯବାନଙ୍କ ମଧ୍ୟରୁ ଅନେକ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ଜଣେ ଅଧିକାରୀ ନାମ ପ୍ରକାଶ ନକରିବା ସର୍ତ୍ତରେ ଏହା କହିଛନ୍ତି । ତେବେ ଏହି ଘଟଣା ସ୍ଥାନୀୟ ପ୍ରଶାସନ ଓ ସେନର ଚିନ୍ତା ବଢାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular