ପାଟଣା: ହାଇସ୍କୁଲ ବାରଣ୍ଡାରେ ବୃଦ୍ଧଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା କଣ୍ଟିଆପଡ଼ା ସ୍ଥିତ ପଞ୍ଚାୟତ ହାଇସ୍କୁଲରୁ ଠାବ ହୋଇଛି ମୃତଦେହ । ମୃତକ କଣ୍ଟିଆପଡ଼ା ଗାଁର ବୈରାଗୀ ନାଏକ ବୋଲି ଜଣାପଡିଛି । ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିବା ସୂଚନା । ଖବର ଅନୁଯାୟୀ, ଗତକାଲି ସଂଧ୍ୟାରେ ବୈରାଗୀ ଗାଁରେ ବିକ୍ରି ହେଉଥିବା ମଦ ପିଇଥିଲେ । ଏହାପରେ ଆସି ସ୍କୁଲ ବାରଣ୍ଡାରେ ବସିଥିଲେ । ତେବେ ସେହି ବାରଣ୍ଡାରେ ହି ତାଙ୍କର ମୃତ୍ୟୁ ହୋଇଯାଇଛି । ଅପମିଶ୍ରିତ ଓ ବିଶାକ୍ତ ମହୁଲି ମଦ୍ୟପାନ କରି ବୈରାଗୀଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିନଥିବାରୁ ଉତ୍ତେଜନା ଦେଖାଦେଇଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0