spot_img

ୟେସ ବ୍ୟାଙ୍କର ପୂର୍ବତନ ଭାଇସ ପ୍ରେସିଡେଣ୍ଟଙ୍କ ମୃତ୍ୟୁର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କର ପୂର୍ବତନ ଭାଇସ ପ୍ରେସିଡେଣ୍ଟ ଧିରଜ ଅଲୱାଟଙ୍କ ମୃତ୍ୟୁର ତଦନ୍ତ ହାତକୁ ନେଲା ସିବିଆଇ । ଏହା ପୂର୍ବରୁ ହି ମାମଲାର ତଦନ୍ତ ହରିୟାଣା ପୋଲିସ କରୁଥିଲା । ଧିରଜ ୫ ମାସ ପୂର୍ବରୁ ଗୁରୁଗ୍ରାମରେ ଥିବା ନିଜ ଘରୁ ନିଖୋଜ ହୋଇଯାଇଥିଲେ । ୨ ଦିନ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଧିରଜ ଗୁରୁଗ୍ରାମର ସେକ୍ଚର ୪୬ରେ ରହୁଥିଲେ । ୩୮ ବର୍ଷୀୟ ଧିରଜ ଗତ ବର୍ଷ ଅଗଷ୍ଟ ୫ ତାରିଖରେ ଘରୁ ବାହାରକୁ ଯାଉ ଆଉ ଫେରିନଥିଲେ । ୨ଦିନ ପରେ ରୋହିଣୀ ଅଞ୍ଚଳରେ ତାଙ୍କର ମୃତଦେହ ଠାବ ହୋଇଥିଲା । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଧିରଜ ୟେସ୍ ବ୍ୟାଙ୍କର କର୍ପୋରେଟ ବିଭାଗର ଉପ ସଭାପତି ଭାବେ କାମ କରୁଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular