ନୂଆଦିଲ୍ଲୀ: ଭାରତ ବ୍ରାଜିଲକୁ କୋଭିଡ-୧୯ ଟିକା ପଠାଇଥିବାରୁ ବ୍ରାଜିଲ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋ ହନୁମାନଙ୍କ ଫଟୋ ସେୟାର୍ କରି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ତେବେ ମହାକାବ୍ୟ ରାମାୟଣରୁ ବ୍ରାଜିଲ୍ ରାଷ୍ଟ୍ରପତି ଏହି ଚିନ୍ତାଧାରା ଗୃହୀତ କରିଛନ୍ତି। ରାମାନୁଜ ଲକ୍ଷ୍ମଣଙ୍କ ଜୀବନ ରକ୍ଷା ନିମନ୍ତେ ‘ଜୀବନ ରକ୍ଷାକାରୀ’ ‘ସଞ୍ଜିବନୀ ଗୁଳ୍ମ’ ଥିବା ଗନ୍ଧମାର୍ଦ୍ଦନ ପବର୍ତ ଉତ୍ପାଟନ କରି ଆଣିଥିବା କଥା ରାମାୟଣରେ ବର୍ଣ୍ଣିତ ହୋଇଛି। ସେ ଲେଖିଛନ୍ତି, ‘ନମସ୍କାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ! ମିଳିତ ଉଦ୍ୟମ ବଳରେ ଏକ ବୈଶ୍ୱିକ ବାଧା ଅତିକ୍ରମ କରିବା ନିମନ୍ତେ ମହାନ୍ ସହଯୋଗୀ ପାଇ ବ୍ରାଜିଲ୍ ଗୌରବାନ୍ଵିତ ମନେକରୁଛି। ଭାରତରୁ ବ୍ରାଜିଲ୍କୁ ଟିକା ରପ୍ତାନି କରି ଆମକୁ ସାହାଯ୍ୟ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ଧନ୍ୟବାଦ!
The honour is ours, President @jairbolsonaro to be a trusted partner of Brazil in fighting the Covid-19 pandemic together. We will continue to strengthen our cooperation on healthcare. https://t.co/0iHTO05PoM
— Narendra Modi (@narendramodi) January 23, 2021



Visitors Today : 1
Total Visitors : 130301
Total Views : 9891804
Visitors Online Now : 0